-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
06-Jul-2022
ପଦ୍ମପୁର: ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି।ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶିକ୍ଷାବର୍ଷ ୨୦୨୧-୨୨ ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ସଫଳତା ଲାଭ କରିଛି । ୧୦୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ
A1-୧୭ଜଣ, A2 -୭୨ଜଣ, B1-୧୫ ଜଣ, B2-୧ ଜଣ, C -୧ ଜଣ ପାଇ ଶିଶୁ ମନ୍ଦିରକୁ ଗୌରବାନ୍ୱିତ କରିଛନ୍ତି। A1 ରେ ରୁଦ୍ରନାରାୟଣ ଦାଶ-୯୭.୧୬ %, ଜ୍ୟୋତିମୟୀ ସାହୁ- ୯୭%, ସନ୍ଦିପ୍ତାମୟୀ ଦାଶ-୯୫.୧୬%,
ଅସମିତ ଆଶୁତୋଷ କୁଦେଇ -୯୩.୫% ପାଇ ପଦ୍ମପୁର ପାଇଁ ଗୌରବ ଆଣିଛନ୍ତି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ମନ୍ଦିର ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି l ସଫଳତାର ଏହି ଶ୍ରେୟ ସମସ୍ତ ଗୁରୁଜୀ,ଗୁରୁମା ଓ ଅଭିଭାବକ ମାନଙ୍କର ଅଟେ ବୋଲି କୃତୀ ଛାତ୍ରଛାତ୍ରୀ ମାନେ କହିଛନ୍ତି ।
(ପଦ୍ମପୁରରୁ ନରହରି ବଗର୍ତ୍ତୀଙ୍କ ରିପୋର୍ଟ)