-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
06-Jul-2022
ବରଗଡ(ନିରଞ୍ଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ମାଣ୍ଡୋସିଲ ଡିଗ୍ରୀ ମହାବିଦ୍ୟାଳୟ ଠାରେ ରାଜନୀତି ବିଜ୍ଞାନ ବିଭାଗ ର ଶେଷ ବର୍ଷ ଛାତ୍ରଛାତ୍ରୀ ଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଉକ୍ତ ସମ୍ବର୍ଦ୍ଧନା ସଭାଟି ବିଭାଗୀୟ ମୁଖ୍ୟ ଅଧ୍ୟାପକ କୃଷ୍ଣଚନ୍ଦ୍ର ଦେବତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ କଲେଜ ର ଅଧ୍ୟାପକ ମାନେ ଯୋଗଦାନ କରି ସମସ୍ତ ଛାତ୍ରଛାତ୍ରୀ ଙ୍କ ମଙ୍ଗଳ କାମନା କରିଥିଲେ। ବିଭାଗୀୟ ଅଧ୍ୟାପକ ଦେବକାନ୍ତ ନାୟକ ସଭାପରିଚାଳନା କରିଥିବାବେଳେ, ଦ୍ୱିତୀୟ ବର୍ଷର ଛାତ୍ରୀ ସୁବାସିନୀ ସୁନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁକ୍ତ ତିନି ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସଭା ଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଦେବକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।