-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
06-Jul-2022
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ ) ଜଳହିଁ ଜୀବନ ଜଳ ବିନା ଜୀବନ ବଞ୍ଚିବା ଅସମ୍ଭବ ।ସାରା ଜୀବଜଗତ ରେ ଜଳ ର ବହୁ ଆବଶ୍ୟକତା ରହିଥାଏ। ଏବଂ ମଣିଷଙ୍କ ପାଇଁ ବ୍ୟବହୃତ ଜଳକୁ ବିଶୁଦ୍ଧ ପାନୀୟ ଜଳ କୁହାଯାଏ। ଏଥିପାଇଁ ସରକାର ପାନୀୟ ଜଳ ଯୋଗାଣ ବିଭାଗ ତିଆରି କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ମାନଙ୍କ
ଅବହେଳା ଯୋଗୁଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ବ୍ୟାକୁଳ । ଗାଁ ଠାରୁ ଆରମ୍ଭ କରି ଛୋଟ ସହର ବଡ଼ ସହରରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସୂଚନା ଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରକୁ ଜଳ ଯୋଗାଇବା ପାଇଁ ପି,ଏଚ୍, ଡି ବିଭାଗ କୁ ଦାୟିତ୍ଵ ଦିଆଯାଇଛି। ଏବଂ ମାୟାବତୀ ନଦୀ ଗଭୀରତାରେ କୂଅ ଖୋଲା ହୋଇ ସହରକୁ ପାନୀୟ ଜଳ ଯୋଗାଣ କରାଯାଉଛି ହେଲେ ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି ପାଣିଟାଙ୍କି । ପାଣି କୁ ବିଶୋଧନ କରିବା ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ଅନୁକମ୍ପା ରାଶି
ପ୍ରଦାନ କରୁଥିବା ବେଳେ ଏଠି ପ୍ରଶାସନିକ ଅଧିକାରୀ ମାନେ କାଗଜ କଲମରେ ବିଶୋଧନ କରୁଥିବା ଯୋଗୁଁ ସହରବାସୀ ଗୋଳିଆ ପାଣି ପିଉଥିବା ଦେଖିବାକୁ ମିଳୁଛି । ପାଣି ବିଶୋଧନ ପାଇଁ ନିର୍ମାଣ ହୋଇଥିବା ବେଳେ ତାହା ଅଚଳାବସ୍ଥା ରେ ପଡ଼ିରହିଛି। ଯାହା ଫଳରେ କି ସେଥିରେ ଅନେକ କୀଟ ପତଙ୍ଗ, ସରୀସୃପ, ଅଲିଆ ପଡୁଛି ଏବଂ ପାଣି ଗୁଳିଆ ରହିଛି। ଏଭଳି ପାଣି ପିଇବା ଦ୍ବାରା ମଣିଷ ବିଭିନ୍ନ ରୋଗରେ ପିଡୀତ ହେବାର ସମ୍ଭାବନା ରହିଛି। ଯାହାକି ପାଟଣାଗଡ଼ ସହରବାସୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ପାଟଣାଗଡ଼ ସହରରେ ରହୁଥିବା ଜଳ ଯୋଗାଣ ବିଭାଗ ଅଧିକାରୀ ମାନେ ଦେଖି ଦେଖି ଅନ୍ଧ ଭଳି ରହୁଥିବା ଚର୍ଚ୍ଚା ହେଉଛି।ଏହାକୁ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ସୁବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବୀ ହେଉଛି ।ପ୍ରଦାନ କରୁଥିବା ବେଳେ ଏଠି ପ୍ରଶାସନିକ ଅଧିକାରୀ ମାନେ କାଗଜ କଲମରେ ବିଶୋଧନ କରୁଥିବା ଯୋଗୁଁ ସହରବାସୀ ଗୋଳିଆ ପାଣି ପିଉଥିବା ଦେଖିବାକୁ ମିଳୁଛି । ପାଣି ବିଶୋଧନ ପାଇଁ ନିର୍ମାଣ ହୋଇଥିବା ବେଳେ ତାହା ଅଚଳାବସ୍ଥା ରେ ପଡ଼ିରହିଛି। ଯାହା ଫଳରେ କି ସେଥିରେ ଅନେକ କୀଟ ପତଙ୍ଗ, ସରୀସୃପ, ଅଲିଆ ପଡୁଛି ଏବଂ ପାଣି ଗୁଳିଆ ରହିଛି। ଏଭଳି ପାଣି ପିଇବା ଦ୍ବାରା ମଣିଷ ବିଭିନ୍ନ ରୋଗରେ ପିଡୀତ ହେବାର ସମ୍ଭାବନା ରହିଛି। ଯାହାକି ପାଟଣାଗଡ଼ ସହରବାସୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ପାଟଣାଗଡ଼ ସହରରେ ରହୁଥିବା ଜଳ ଯୋଗାଣ ବିଭାଗ ଅଧିକାରୀ ମାନେ ଦେଖି ଦେଖି ଅନ୍ଧ ଭଳି ରହୁଥିବା ଚର୍ଚ୍ଚା ହେଉଛି।ଏହାକୁ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ସୁବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବୀ ହେଉଛି ।