-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
05-Jul-2022
ସୁବର୍ଣ୍ଣପୁର// ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଆଜି ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବାସହ ପୂଜାର୍ଚ୍ଚନା କରିଥିଲେ। ପରେ ଉକ୍ତ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରି ସମସ୍ତ କ୍ଷେତ୍ରରେ କାମ ଯେପରି ନିର୍ଦ୍ଧାରିତ ସମୟରେ ସରିପାରିବ ସେକ୍ଷେତ୍ରରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବିଶେଷକରି ଘାଟିରାସ୍ତା,ମନ୍ଦିର ନିର୍ମାଣ,ଯାନବାହନ ପାର୍କିଂ ସ୍ଥଳ,ଓଟିଡିସି ପକ୍ଷରୁ ଆରମ୍ଭ କରାଯାଉଥିବା କାମ ସବୁର ଅଗ୍ରଗତି ସଂପର୍କରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଆଜିର ଏହି ସମୀକ୍ଷା ବୈଠକରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଉଲୁଣ୍ଡା ବିଡିଓ ହେମସାଗର ଭୋଇ
ଟ୍ରଷ୍ଟ ସଦସ୍ୟ-ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ