-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||     

HOME   ଜିଲ୍ଲା

ଆସନ୍ତା ୧ ବର୍ଷ ମଧ୍ୟରେ ସୋନପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରାଯିବ

01-Jul-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଆଗାମୀ ୬ ମାସରୁ ଏକ ବର୍ଷ ମଧ୍ୟରେ ସୋନପୁର ସହରକୁ ରାଜ୍ୟର ସ୍ୱଚ୍ଛତମ ସହର କରିବା ନିମନ୍ତେ  ଜିଲ୍ଲପାଳ ସୁବର୍ଣ୍ଣପୁରଙ୍କ ଭିଜନ "କ୍ଲିନ ସୋନପୁର" ନିମନ୍ତେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଛି l ସୋନପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନିମନ୍ତେ ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପୌରାହିତ୍ୟରେ ପ୍ରକଳ୍ପ ନିର୍ଦେଶକ ଡୁଡା, ଉପଜିଲ୍ଲାପାଳ ସୋନପୁର, ମ୍ୟୁନିସିପାଲିଟି ଅଧିକାରୀ ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏହି ଜନମଙ୍ଗଳ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ  ବିଶେଷ ଆଲୋଚନା କରାଯାଇଛି l ଏହି ପରିପ୍ରେକ୍ଷୀରେ ସହରାଞ୍ଚଳର ଘରକୁ ଘର ସର୍ଭେ କରାଯାଇ ପ୍ରତ୍ୟେକ ପରିବାରର ମୁଖ୍ୟ ତଥା ପରିବାର ସଦସ୍ୟ ସଂଖ୍ୟା, ଘରୁ ନିର୍ଗମଣ ବିଭିନ୍ନ କିସମର ବର୍ୟବସ୍ତୁର ପରିମାଣ ପ୍ରଭୁତିର ତଥ୍ୟ ସୁନିଶ୍ଚିତ କରାଯିବ ସହ ବସବାସ କରୁଥିବା ପ୍ରତ୍ୟେକ ଘରେ  ପାଇଖାନା ଓ ପାଇଖାନା ଟାଙ୍କିର ନିର୍ମାଣ, ପୁନଶ୍ଚ ପାଇଖାନାରୁ ମଳ ନିର୍ଗତ ପାଇପ ସିଧାସଳଖ ଯେପରି ସର୍ବସାଧାରଣ ନାଳରେ ସଂଯୋଗ ନହୋଇ ଗୃହ ମାଲିକ ଦ୍ୱାରା ପ୍ରସ୍ତୁତ ସେପ୍ଟି ଟ୍ୟାଙ୍କରେ ସଂଯୋଗ ରହିବ ସେଥିପ୍ରତି ନିଶ୍ଚିତ କରାଯିବାକୁ ପରାମର୍ଶ ଦେଇଛନ୍ତି l ଯେଉଁ ଗୃହ ମାଲିକଙ୍କ ସେଫଟି ଟ୍ୟାଙ୍କ ନାହିଁ ସେମାନେ ଆସନ୍ତା ଏକ ମାସ ମଧ୍ୟରେ ନିର୍ମାଣ କରିବାକୁ ପୌରପରିଷଦ ଦ୍ୱାରା ସୂଚୀତ କରାଯିବାକୁ ପରାମର୍ଶ ଦିଆଯାଇଛି l ଘରୁ ବାହାରୁ ଥିବା ବର୍ଯ୍ୟବସ୍ତୁକୁ ବାହାରେ ଏଣେ ତେଣେ କିମ୍ବା ସର୍ବସାଧାରଣ ନାଳରେ ନ ଫୋପାଡ଼ି ପ୍ରତ୍ୟହ ଅଲଗା ଅଲଗା ଭାବେ ଚି଼ହ୍ନଟ ଡଷ୍ଟବିନରେ ଘର  ଦରଜା ବାହାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଖିବେ, ଯାହା ମ୍ୟୁନିସିପାଲିଟି ତରଫରୁ ନିୟୋଜିତ ସଫେଇ କର୍ମଚାରୀଙ୍କ ଦ୍ୱାରା ବ୍ୟବସ୍ଥିତ ଭାବେ ସଂଗ୍ରହ କରାଯାଇପାରିବ l ବର୍ୟବସ୍ତୁ ସଂଗ୍ରହର ସମୟ ବସବାସ ଗୃହ ନିମନ୍ତେ ପ୍ରତ୍ୟହ ସକାଳ ୬ ଘଣ୍ଟା ଓ ୮ ଘଣ୍ଟା ଓ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ପ୍ରତ୍ୟହ ସକାଳ ୯ ଘଣ୍ଟା ରହିଛି l ବର୍ଯ୍ୟବସ୍ତୁ ପରିଚାଳନାକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ,ବର୍ୟବସ୍ତୁ ସଂଗ୍ରହ ପାଇଁ ଦୈନିକ ୮ ଗୋଟି ଯାନ, ୧୨ ଗୋଟି ତିନିଚକିଆ ଯାନ, ଏବଂ ୨0 ଗୋଟି ହାତଟଣା ଠେଲାର ଉପଯୋଗ କରାଯିବ l ଏହି କାର୍ଯ୍ୟକୁ ବ୍ୟବସ୍ଥିତ ଓ ସୁନିଶ୍ଚିତ କରିବା ନିମନ୍ତେ ସ୍ୱତନ୍ତ୍ର ଯାଞ୍ଚ ଅଧିକାରୀ ଭାବେ ସହକାରୀ ଜିଲ୍ଲାପାଳ ଇପ୍ସିତା ମିଶ୍ରଙ୍କୁ ନିୟୋଜିତ କରାଯାଇଛିl ସେ ନିୟମିତ ପୋଲିସ ଅଧିକାରୀ ଙ୍କ ସହ ପେଟ୍ରୋଲିଙ୍ଗ କରି କାର୍ଯ୍ୟକ୍ରମର ତଦାରଖ କରିବାକୁ ନିର୍ଦେଶ ଦିଆଯାଇଛି l ସହରରେ ଡ୍ରେନ ଗୁଡିକୁ ବ୍ୟବସ୍ଥିତ କରିବା ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ସହରରେ ବର୍ତ୍ତମାନ ରହିଥିବା ଡ୍ରେନର ସ୍ଥିତି, ଅବସ୍ଥିତି ଓ ପରିସ୍ଥିତିର ସମ୍ପୂର୍ଣ ତଥ୍ୟ ୭ ଦିନ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛିl ସହରରେ ଡ୍ରେନ ଗୁଡ଼ିକର ସୁପରିଚାଳନା ଓ ତଦାରଖ ନିମନ୍ତେ ଏନ ସି ସି କ୍ୟାଡଟ, ଏନ ଏସ ଏସ, ସ୍କାଉଟ ଏବଂ ବିଭିନ୍ନ ସ୍କୁଲ ଓ କଲେଜର ସ୍ବେଛାସେବୀ ଛାତ୍ରଛାତ୍ରୀ  ପ୍ରମୁଖ ତଦାରଖ କରି ତତ ସମ୍ୱନ୍ଧୀୟ ସୂଚନା ପ୍ରଦାନ କରିବେ l ଏପରିକି ସଚେତନତା ପରେ ମଧ୍ୟ ଡ୍ରେନ ଭିତରକୁ ଅଳିଆ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଉପଜିଲ୍ଲାପାଳ ସୋନପୁରଙ୍କୁ ନିର୍ଦେଶ ଦିଆଯାଇଛି l ସହରର ପ୍ରତ୍ୟେକ ଡ୍ରେନ ଉପରେ ସ୍ଲାବ ଢାଙ୍କୁଣୀ କରିବାକୁ ଜିଲ୍ଲପାଳ ପୌରପରିଷଦ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି l ଆଗାମୀ ଦିନରେ ସହରର ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କ ସହ ବର୍ୟବସ୍ତୁ ପରିଚାଳନା ଓ ସଂଗ୍ରହ ପରିପ୍ରେକ୍ଷୀରେ ବୈଠକ ଅନୁଷ୍ଠିତ ହେବ l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେଙ୍କ ଏହି ମହତ ଲକ୍ଷ୍ୟକୁ ତ୍ୱରାନ୍ୱିତ ତଥା ସମୟ ଅବଧି ମଧ୍ୟରେ ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ୱାରୋପ ପୂର୍ବକ ତା ୩0/0୬/୨୨ ରିଖ ରେ ସୁବର୍ଣ୍ଣପୁର ଜିଲ୍ଲା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦେଶକ ନିହାର ରଞ୍ଜନ କଁହରଙ୍କ ପୌରାହିତ୍ୟରେ "କ୍ଲିନ ସୋନପୁର" ମିଶନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୋନପୁର ସହରକୁ ଏକ ସ୍ୱଚ୍ଛ ସୁନ୍ଦର ସହର କରିବା ନିମନ୍ତେ ସମସ୍ତଙ୍କ ମିଳିତ ସହଯୋଗ ଓ ସହାଭାଗିତାର ଆବଶ୍ୟକତା ରହିଛି ଏଣୁ ସମସ୍ତେ ଆନ୍ତରିକ ଯତ୍ନବାନ ହେବାକୁ ପରାମର୍ଶ ଦେଇ ଜିଲ୍ଲପାଳ ଙ୍କ "କ୍ଲିନ ସୋନପୁର" ଭିଜନ ଉପରେ  ସୂଚନା ଦେଇଛନ୍ତି ପ୍ରକଳ୍ପ ନିର୍ଦେଶକ ଶ୍ରୀ କଁହର l ଅଧିକରୁ ଅଧିକ ଜନ ସଚେତନତା ଏବଂ ଜନ ସହଭାଗିତା ହିଁ ଏହି କ୍ଲିନ ସୋନପୁର ମିଶନକୁ ସଫଳ କରିବ l ଏଣୁ କାର୍ଯ୍ୟକ୍ରମକୁ ସଫଳ କରିବା 

 ନିମନ୍ତେ ପୌର ପରିଷଦର ପ୍ରତ୍ୟେକ ୱାର୍ଡ ୱାରୀ ସମସ୍ତ ବୁଦ୍ଧିଜୀବୀ, ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ, ସ୍ବେଛାସେବୀ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଗୃହ ମାଲିକ, ବରିଷ୍ଠ ନାଗରିକ,ସମ୍ପୃକ୍ତ ୱାର୍ଡ କାଉନସିଲର, ୱାର୍ଡ ଅଧିକାରୀ, ପୌରପରିଷଦ କର୍ମଚାରୀ, ବରିଷ୍ଠ ଅଧିକାରୀ ପ୍ରମୁଖଙ୍କ ମଧ୍ୟରେ ୧ ମାସ ଭିତରେ ସଚେତନତା କାର୍ଯ୍ୟକ୍ରମ କରାଯିବ l ଜନସହଭାଗିତାର ବିଶେଷ ଭୂମିକା ରହିଥିବା ହେତୁ ତୃଣମୂଳ ସ୍ତରରେ କାର୍ଯ୍ୟରତ ଅଧିକାରୀ ତଥା କର୍ମଚାରୀ ପ୍ରମୁଖ ତୃଣମୂଳ ସ୍ତରରେ ଆବଶ୍ୟକ ସଚେତନତା ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି l ଆଜିର ଏହି ପ୍ରସ୍ତୁତି ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ନାୟକ,ସି ଡି ପି ଓ, ସୋନପୁର ନିବେଦିତା ସରାଫ, ସହରାଞ୍ଚଳ ର ସମସ୍ତ ଏ ଏନ ଏମ ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ପୌରାଞ୍ଚଳ ସ୍ୱାସ୍ଥ୍ୟ ବିଭାଗ  ଅଧିକାରୀ, ସେନିଟେସନ ସୁପରଭାଇଜର, ମ୍ୟୁନିସିପାଲିଟିର ବିଭିନ୍ନ ଅଧିକାରୀ,କର୍ମଚାରୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026

You Might Also Like