-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
30-Jun-2022
ବଲାଙ୍ଗୀର(ପ୍ରେରଣା ଖବର)-ରାଜସ୍ଥାନ ଉଦୟପୁରଠାରେ ଜଣେ ସାଧାରଣନାଗରିକ କହ୍ନେୟାଲାଲଙ୍କୁ ଦୁଇଜଣ ଦୁବୃତ୍ତ ତଣ୍ଟିକାଟି ହତ୍ୟା କରିବା ଘଟଣାକୁ ବିଭିନ୍ନ ସ୍ଥାନରେ ନୀନ୍ଦା କରାଯାଇ ପ୍ରତିବାଦ କରାଯାଇଛି । ଆଜି ବଲାଙ୍ଗୀର ବଜରଙ୍ଗଦଳ ଓ ବିଶ୍ୱହିନ୍ଦୁପରିଷଦ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ୍ ସଭାକରାଯାଇ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ଜିହାଦି ମୁସଲମାନଙ୍କ କୁଶପୁତ୍ତଳିକାକୁ ଦାହ କରାଯାଇଛି । ବିଜେପି ପ୍ରବକ୍ତା ନୂପୁର ଶର୍ମାଙ୍କୁ ସମର୍ଥନ କରୁଥିବା କହ୍ନେୟାଲାଲଙ୍କୁ ୫ଦିନ ପର୍ଯ୍ୟନ୍ତ ଧମକଚକମ ଆସୁଥିଲା । କିନ୍ତୁ ତଥାପି ରାଜସ୍ଥାନ ସରକାର ତାଙ୍କୁ ସୁରକ୍ଷା ଦେବାରେ ବିଫଳ ହେଲେ । ଦେଶରେ ସଂଖ୍ୟାଲଘୁ ତୁଷ୍ଟିକରଣ ଯୋଗୁଁ ହିନ୍ଦୁମାନେ ବିପଦରେ ପଡୁଛନ୍ତି ବୋଲି ବଜରଙ୍ଗଦଳ ଅଭିଯୋଗ କରିଛି । ଏହି ପ୍ରତିବାଦ ସଭାରେ ନୂପୁର ଶର୍ମାଙ୍କୁ ପୂର୍ଣ୍ଣ ସମର୍ଥନ କରାଯାଉ ଓ ତାଙ୍କ ସୁରକ୍ଷା ପାଇଁ କେନ୍ଦ୍ରସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି
କରାଯାଇଥିଲା । ବଜରଙ୍ଗଦଳର ଅନ୍ତର୍ଜ୍ୟାମୀ କରନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରଏସଏସର ଦତ୍ତାନନ୍ଦ ପଣ୍ଡା,ବିଜେପିର ଗୋପାଳଜୀ ପାଣିଗ୍ରାହୀ,ରଂଜିତା ପାଣିଗ୍ରାହୀ,ଅନୁସୟା ବେଜ,ସୁନିଳ ସେଠ,ବଲାଙ୍ଗୀର ଏକ୍ସନ କମିଟିର ବିନୋଦ କାଲସାଏ,ବିଶ୍ୱ ହିନ୍ଦୁପରିଷଦର ପବିତ୍ର ଦାସ,ଗୋବିନ୍ଦ ମିଶ୍ର,ବଜରଙ୍ଗଦଳର ଦୀନେଶ କରନ,ସୌମ୍ୟରଂଜନ ମିଶ୍ର,ହରି ବାଘ,ତୋଫା ବଘାର,ସୁନିଳ ମିଶ୍ର,ସନ୍ତୋଷ ସାହୁ,ବିକ୍ରମ ଶତପଥି ଇତ୍ୟାଦି ଉଦବୋଧନ ଦେଇ ଜିହାଦିଙ୍କ ବର୍ବରତାକୁ ତୀବ୍ର ସମାଲୋଚନା କରିଥିଲେ ।