-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
23-Nov-2020
(ପ୍ରେରଣା ଖବର) - ଆସନ୍ତା ୨୪ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ ମୁଖ୍ୟ ମୋହନ ଭାଗବତ୍ ଓଡ଼ିଶା ଗସ୍ତରେ ଆସିବେ । ସେ ରାଜଧାନୀ ଭୁବନେଶ୍ୱରରେ ୪ଦିନ ପର୍ଯ୍ୟନ୍ତ ରହିବେ । କଟକ ରୋଡ୍ରେ ଥିବା ଟେରାପନ୍ଥ ଭବନରେ ଆରଏସଏସ୍ର ଏକ ଆଭ୍ୟନ୍ତରୀଣ ବୈଠକ କରିବେ । ୨୫, ୨୬ ଓ ୨୭ ତାରିଖରେ ବୈଠକ ବସିବ । ଏଥିରେ ବିଭିନ୍ନ ପ୍ରାନ୍ତରୁ କିଛି ନିର୍ଦ୍ଦିଷ୍ଟ ପଦାଧିକାରୀ ସାମିଲ ହେବେ । ପର୍ଯ୍ୟାୟକ୍ରମେ ବିଭିନ୍ନ ଦଳରେ ଆଲୋଚନା ହେବ । ପ୍ରତି ଦଳରେ ୩୫ ଜଣ ରହିବେ । ସେହି ଟେରାପନ୍ଥ ଭବନରେ ତାଙ୍କର ରହଣୀ ବ୍ୟବସ୍ଥା କରାଯାଇଛି ।*