-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
28-Jun-2022
ବଲାଙ୍ଗୀର- ତୁଷୁରା ସହର ସ୍ଥିତ ମାଁ ସମଲେଶ୍ବରୀ ମନ୍ଦିର ପରିସରରେ ତୁଷୁରା ଓ ଗୁଡ଼ଭେଲା ବିଜେଡି ଦଳ ପକ୍ଷରୁ ରାଜ୍ଯ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଗୁଡ଼ଭେଲା ବ୍ଳକ ବିଜେଡି ସଭାପତି ଅରୁଣ କୁମାର ପ୍ରଧାନଙ୍କ ସଭାପତିତ୍ବରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ ଏନଏସି ଓ ଗୁଡ଼ଭେଲାବ୍ଳକ ଅଞ୍ଚଳ ରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପରିଷଦ ସଭ୍ଯ ରାମନିବାଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲାପରିଷଦ ସଭ୍ଯ ପ୍ରଦୀପ ପଣ୍ଡା, ଏନଏସି ଉପାଧ୍ୟକ୍ଷା ମାମି ଦାଶ ସମେତ କାଉନସେଲର, ସରପଞ୍ଚ, ସମିତିସଭ୍ଯ ଓ ବିଜେଡ଼ିର ବହୁ କର୍ମୀ ଉପସ୍ଥିତ ଥିଲେ।