-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
28-Jun-2022
ବୌଦ୍ଧ (ପ୍ରେରଣା ଖବର) ଓଡ଼ିଶା ଶକ୍ତି ବିଭାଗ ତରଫରୁ ଗତ ତା୨୫/୬/୨୨ରିଖରେ ହୋଇଥିବା ଅନ୍ ଲାଇନ କୁଇଜ ପ୍ରତୀଯୋଗିତାରେ ସମସ୍ତ ହାଇସ୍କୁଲର ଶକ୍ତି କ୍ଲବର ଛାତ୍ରଛାତ୍ରୀ ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭାଗ ନେଇଥିଲେ । ଉକ୍ତ ଅନଲାଇନ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ଏକମାତ୍ର ହାଇସ୍କୁଲ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ହାଇସ୍କୁଲର ଦୁଇ ଜଣ ଛାତ୍ରଛାତ୍ରୀ ଆସନ୍ତା ତା ୨/୭/୨୨ରିଖରେ ଶକ୍ତି ବିଭାଗ ତରଫରୁ ଭୁବନେଶ୍ଵର ଠାରେ ପ୍ରମାଣପତ୍ର ସହ ପୁରସ୍କାର ରାଶି ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ମ ଶ୍ରେଣୀରୁ ଶ୍ରୀତମ ବକ୍ସି ଓ ଦଶମ ଶ୍ରେଣୀରୁ ସୁଶ୍ରୀ ପ୍ରିତୀପ୍ରଜ୍ଞା ସାହୁ ମନୋନୀତ ହୋଇଛନ୍ତି ।