-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
28-Jun-2022
ବଲାଙ୍ଗୀର(ପ୍ରେରଣା ଖବର) : ବଲାଙ୍ଗୀରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଅସହାୟ ରୋଗୀଙ୍କୁ ସହାୟତା ଯୋଗାଇ ଦେବାପାଇଁ "ଆଶାର କିରଣ "ନାମକ ଏକ କାର୍ଯ୍ୟକ୍ରମ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି l ଆଶାର କିରଣ ଜରିଆରେ ଅସହାୟ ନିରୁପାୟ ରୋଗୀମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ହେଲ୍ପଲାଇନର ବ୍ୟବସ୍ଥା କରାଯାଇଥିବା ବେଳେ ଅନୁଷ୍ଠାନର ପୁରୋଧା ସ୍ୱର୍ଗତ ଲଳିତ ନାୟକଙ୍କ ସୃତି ରେ ଏକ ଆମ୍ବୁଲାନ୍ସ ଲୋକାର୍ପଣ ମଧ୍ୟ କରାଯାଇଥିଲା l ତେବେ ଏହି ଶୁଭ ଅବସରର ବୈଷ୍ଠିଷ୍ଟ୍ୟତା ଥିଲା ଯେ ଏହାକୁ ଚାରି ବର୍ଷ ଜଣେ ନାବାଳକ ଜୋତିର୍ମୟ ବିଭାର ଉଦଘାଟଣ କରିଥିଲେ... ପ୍ରକାଶ ଯୋଗ୍ୟ ଯେ ପୁଇଁତଲା ବ୍ଲକ ମଲମୁଣ୍ଡା ଗାଁ ର ଜୋତିର୍ମୟ ୩ ମାସ ର ଥିବାବେଳେ ହୃଦରୋଗରେ ପୀଡିତ ଥିଲେ ଅନୁଷ୍ଠାନ ତରଫରୁ
ପ୍ରାୟ ଚାରି ଲକ୍ଷ ଟଙ୍କା ସହଯୋଗ କରି ମୁମ୍ବାଇର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା କରାଯାଇଥିଲା l ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମହିଳା ଶାଖା ର ଉପଦେଷ୍ଟା ତଥା ବଲାଙ୍ଗୀର ପୌରାଧକ୍ଷା ଲିକା ସାହୁ, ବରିଷ୍ଠ ଡ଼ଃ ସୁଖିଶ୍ୟାମ ତ୍ରିପାଠୀ, ହସ୍ପିଟାଲ ମେନେଜର ସୁଦିପ ଦତ୍ତ, ପ୍ରତ୍ୟୁଷ ପଟଟନାୟକ, ପ୍ରଭାକର ମିଶ୍ର, ପ୍ରଭାସ ପାଣିଗ୍ରାହୀ, ହେମନ୍ତ ପଣ୍ଡା, ରତନ ମହାରଣା, ବ୍ୟସାସେଵ ନନ୍ଦ, ବିନୋଦ କାଳସାଏ, ସୁନୀଲ ମିଶ୍ର, ସରିତା ଦାସ, ଦେବାଶିଷ ଦାସ, ମିଥୁନ ଚକ୍ରବର୍ତ୍ତୀ, ସୁଧାଂଶୁ ମିଶ୍ର, ଶୁଭମ ଦର୍ଜୀ, ପ୍ରତାପ ରଥ,ସଂଗ୍ରାମ ବହିଦାର,ପଲ୍ଲବ ହୋତା, ବିକି ସୁବୁଦ୍ଧି, ଶ୍ଵେତା ପଟ୍ଟନାୟକ, ଶ୍ରୀପଦା ଷଡ଼ଙ୍ଗୀ, ରାଜୁ ବାଗ, ଏକ୍ସନ କମିଟି, ମାହେଶ୍ୱରୀ, ସମଲେଇ ମନ୍ଦିର ଆଳତି
କମିଟି,ନାରୀଶକ୍ତି ଫାଉଣ୍ଡେସନ, ସ୍ବେଛାସେବୀ ସଂଗଠନ, ପଶ୍ଚିମ ଓଡିଶା ଯୁବା ମଞ୍ଚ,ଭୂମିକା ପରିବାର, ଏକ୍ସ ଆର୍ମି ଏସୋସିଏସନ, ପଲ୍ଲୀ ଆଲୋକ ପାଠାଗାର, ଅସୀମ କେରଟେ ଏକାଡେମୀ, ଦୂଲଦୁଲି କଳା ପରିଷଦ, କୋଶଲ ଫୋକ ଏକାଡେମୀ ଆଦି ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ଉପସ୍ଥିତ ରହି ଆଗାମୀ ଦିନରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ଅନୁଷ୍ଠାନ କୁ ପ୍ରତିଶୃତି ଦେଇଥିଲେ l
ତାସହ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶାଖାର ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତି ରହି ସହଯୋଗ କରିଥିଲେ l ପରେ ଅନୁଷ୍ଠାନର ସମ୍ପାଦକ ବ୍ରଜ ଗୋପାଳ ସିଂ ଧନ୍ୟବାଦ ଦେଇଥିଲେ