-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
20-Jun-2022
କୋରାପୁଟ (ପ୍ରେରଣା ଖବର ବ୍ୟୁରୋ): ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର ଶାଖା ଦ୍ୱାରା ଅଷ୍ଟାଦଶ ଇ-ପାଠଚକ୍ର ଅନୁଷ୍ଠିତ ହେଇଯାଇଅଛି। ସୋମବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା । ଏଥିରେ ଆଲୋଚକ ଭାବେ ଯୋଗଦେଇଥିଲେ ବିଶିଷ୍ଟ କବି ତଥା ଗବେଷକ ଡ. କମଳାକୃଷ୍ଣ ତ୍ରିପାଠୀ । ସେ ନିଜ ଅଭିଭାଷଣରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସାହିତ୍ୟିକ ବିଭବ ତଥା ଆଦ୍ୟ ସମୟରୁ ସାଂପ୍ରତିକ ସମୟ ପର୍ଯ୍ୟନ୍ତ କବିଙ୍କ କବିତାରେ କୋରାପୁଟର ବର୍ଣ୍ଣନା ସମୂହ ଆଲୋଚନା କରିଥିଲେ ।
ସଭାଧ୍ୟକ୍ଷା ଋପେ ଯୋଗଦେଇଥିଲେ ସେମିଳିଗୁଡା ମହାବିଦ୍ୟାଳର ରାଜନୀତି ବିଭାଗର ମୁଖ୍ୟା ତଥା ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟର ସମ୍ପାଦିକା ଡ. ଝାନସୀ ସିଂହ ।ଓଡିଶା ତଥା ରାଜ୍ୟବାହାରୁ ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ସ୍ୱାଗତିକା ଖୋସ୍ଲା ଏବଂ ବିବେକବାଣୀ ପାଠ କରିଥିଲେ ସୁଶ୍ରୀ ରୋଜାଲିନ୍ ମହାପାତ୍ର ।ସଭାରେ ଆଜୀବନ ସଦସ୍ୟ ତଥା ଅଧ୍ୟାପିକା ମାନସୀ ଆଚାର୍ଯ୍ୟ ସଂଯୋଜନା କରିଥିବା ସ୍ଥଳେ ଧନ୍ୟବାଦ ଅର୍ପଣ କରିଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ତ୍ରିପାଠୀ ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶକୁ ନେଇ ଏଭଳି ଆଲୋଚନାଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।