-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
20-Jun-2022
ବଲାଙ୍ଗିର(ପ୍ରେରଣା ଖବର) ଆଜି ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଭାଲେର ଗାଁରେ ନବନିର୍ମିତ ହାଇସ୍କୁଲ ଗୃହର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ମାର୍ଗଦର୍ଶନ କଲେ। ଛାତ୍ରଛାତ୍ରୀ ମାନେ ଦୃଢ ମନୋବଳ ସହିତ ଅଧ୍ୟୟନ କଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଥିଲେ l ଅନ୍ୟତମ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇ ଏ ଅଞ୍ଚଳରେ ଶିକ୍ଷାର ବିକାଶ ହେଲେ ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ ବୋଲି କହିଥିଲେ l ଏହି ଉଦଘାଟନ କାର୍ଯ୍ୟକ୍ରମରେ ଭାଲେର ପଞ୍ଚାୟତର ଜନସାଧାରଣ ଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଉଥିଲେ