-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
20-Jun-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଙ୍କ ବିରୋଧରେ ଇଡି ର ଗଲତ ପ୍ରୟୋଗ ଯୋଗୁଁ ବିଜେପି ସରକାର ବିରୋଧରେ କଂଗ୍ରେସ ଦଳ ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହି ଅବସରରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୋଧୁରି ଙ୍କ ନେତୃତ୍ୱରେ କର୍ମୀ ମାନେ ଏକ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏଥିରେ କର୍ଲାମୁଣ୍ଡା ମଣ୍ଡଳ ସଭାପତି ହିରୋଜ କୁମାର ସାହୁ, ଜୋରାଡବରା ମଣ୍ଡଳ ସଭାପତି ଲଲାଟେନ୍ଦୁ ସାହୁ, ରାଜକିଶୋର ମିଶ୍ର, ଚୈତନ୍ୟ ସାହୁ, ହେମନ୍ତ ସାହୁ,ବିଦ୍ୟାଧର ସାହୁ,ମାର୍କଣ୍ଡ ସାହୁ, ଉଦୟ ନାଥ ନାଏକ, ବିହାରୀ ଲାଲ ସାହୁ,ରଥ ରଣା, ହୃଦାନନ୍ଦ ମଲ୍ଲିକ,ଅମ୍ବିଲାଲସାହୁ, ରମେଶ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରିଷିଡା ଫାଣ୍ଡି ଅଧିକାରୀ ଖୀରସିନ୍ଧୁ ମାଝୀ ଓ ତାଙ୍କ ଟିମ ଉପସ୍ଥିତ ଥିଲେ