-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
20-Jun-2022
ବୌଦ୍ଧ (ପ୍ରେରଣା ଖବର) ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୪୬ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୪୧ ଗୋଟି ବ୍ୟକ୍ତିଗତ ମାମଲା ହୋଇଥିବାବେଳେ ୫ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ଆସିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୨୩ ଗୋଟି ଅଭିଯୋଗକୁ ତଥ୍ କାଳ ଫଇସଲା କରାଯାଇଥିବା ବେଳେ ୪ ଗୋଟି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯାଇଥିଲା । ଏହି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀ ପ୍ରସାଦ ଦାସ, ଡିସିପିଓ ରାହୁଲ ପ୍ରଧାନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରସୀ ପଣ୍ଡା,ପିଡି
ୱାଟର ସେଡ ପ୍ରଦୀପ୍ତ କୁମାର ମହାନ୍ତି, ମହାପାତ୍ର କୁଲଦୀପ ମହାନ୍ତି ଟିଆରଓ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ । ଶିବିରକୁ ଜିଲ୍ଲା ଜରୂରୀକାଳୀନ ଅଧିକାରୀ ଅବନୀକାନ୍ତ ସାହୁ, ବୌଦ୍ଧ ବିଡ଼ିଓ ବିଜୟ କୁମାର ପ୍ରଧାନ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ପରିଚାଳନା କରି ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଲୀନ ବିଭାଗର ସରୋଜ କୁମାର ବେହେରା, ଶିବା କୁମାର ଦଳବେହେରା, ରଜତ କୁମାର କଅଁର,ବୀରବର ଖମାରୀ, ଦିବ୍ୟ ସିଂହ ମଲ୍ଲିକ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ l