-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ବୌଦ୍ଧ ଜିଲ୍ଲାର ସମସ୍ତ ବନ୍ୟା ଆଶ୍ରୟ ସ୍ଥାଳୀରେ ମକଡିଲ ଅନୁଷ୍ଠିତ

20-Jun-2022



ବୌଦ୍ଧ(ଅକୃର ସାହୁ) : ଗତକାଲି ବୌଦ୍ଧ ଜିଲ୍ଲାର ଚାରିଗୋଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ବହିରା, ଘଣ୍ଟାପଡା, କୁଳୁତାଜର ଏବଂ ଧର୍ମନଗରରେ ସମ୍ଭାବ୍ୟା ପରିସ୍ଥିତି ମୁକାବିଲା ପାଇଁ ଜନସାଧାରଣକୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷଙ୍କ ପକ୍ଷରୁ ମକଡିଲ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରେ ନିଜେ କିପରି ପ୍ରସ୍ତୁତ ରହିବେ ଓ ତତ୍ ସହିତ ଧନଜୀବନକୁ ରକ୍ଷା କରିବେ ସେ ବିଷୟରେ ସମସ୍ତ ମଞ୍ଚାସୀନ ଅତିଥି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଓଡ୍ରାପ ଟିମ ଏବଂ ଅଗ୍ନିଶମ ବାହିନୀ ନିଜ ପାଖରେ ଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରି କିପରି ଧନଜୀବନକୁ ରକ୍ଷା କରିବେ ସେ ବିଷୟରେ ଡେମୋ କରି ଦେଖାଇଥିଲେ । ଏତତବ୍ୟତୀତ ଓଡ୍ରାପ ଟିମ୍ ବିଭିନ୍ନ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ବିଭିନ୍ନ ସମୟରେ ଲୋକଙ୍କୁ କିପରି ବିପଦରୁ ରକ୍ଷା କରିବେ ସେ ବିଷୟରେ ଡେମୋ କରି ଦେଖାଇଥିଲେ । ବହିରା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମକଡିଲ କାର୍ଯ୍ୟକ୍ରମ ପାଇଁ ଓଡ୍ରାପ ଟିମ ଓ ଅଗ୍ନିଶମ ବାହିନୀଙ୍କୁ ଉତ୍ସ।ହିତ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅବନୀକାନ୍ତ ସାହୁ ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିଲେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପର୍ୟ୍ଯବେକ୍ଷକ ଅମ୍ବିକା ପ୍ରସାଦ ମିଶ୍ର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତ ଜରୁରୀ ଏବଂ ଏଥିପାଇଁ ସମସ୍ତଙ୍କ ସାହାଯ୍ୟ ସହଯୋଗର ଆବଶ୍ୟକତା ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ତହସିଲଦାର ବୌଦ୍ଧ ଦେବୀ ପ୍ରସାଦ ଦାସ, ଅତିରିକ୍ତ ତହସିଲଦାର ମହମ୍ମଦ ରଜା ରସୁଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତlକାନ୍ତି ବଳିଆରସିଂ, ଉପନିର୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବୌଦ୍ଧ ଡ଼ ହୃଷିକେଶ ବେହେରା, ସହକାରୀ ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ଦାସ, ଓଡ୍ରାପ  ର ଆଶ୍ରିତ କୁମାର ମିଞ୍ଚ, ସୁରଭି ନିର୍ଦେଶକ ଦାମୋଦର ସାହୁ, ଶିକ୍ଷକ ବହିରା ହାଇସ୍କୁଲ ଦେଶବନ୍ଧୁ ମହାକୁଳ, ସରପଞ୍ଚ ଯଯାତି କେଶରୀ ମହାଳିକ,ସାମ୍ବାଦିକ ସତ୍ୟ ନାରାୟଣ ପାଣି ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।ବିପର୍ଯ୍ୟୟ ର ପରିଚାଳନା କ୍ଷୟକ୍ଷତି କମେଇବା ଓ ନିଜକୁ ପ୍ରସ୍ତୁତ ରଖିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସଜାଗ ରଖୀବା ଏବଂ ମାନସିକ ସ୍ତରରେ ସୁଦୃଢ ରହିବା ସହ ପ୍ରତ୍ୟେକ ସମୟରେ ନିଜକୁ ପ୍ରସ୍ତୁତ ରହିବା ପାଇଁ ଆହ୍ଵାନ କରିଥିଲେ । ହାବିଲଦାର ଦେବାଶିଷ ନାଏକ, ଗିରିଧାରୀ ଖମାରି, କନେଷ୍ଟବଲ ଶ୍ରବଣ ନାଗ, ସୁଶାନ୍ତ ଜଗଦଲା ,ଏବଂ ଓଡ୍ରାପ ର ସମସ୍ତ ସଭ୍ୟ ବନ୍ୟାର ପୂର୍ବ ପ୍ରସ୍ତୁତ ଓ ଉଦ୍ଧାର କାର୍ଯ୍ୟ ବିଷୟରେ ମକଡିଲ ମାଧ୍ୟମରେ ଦେଖାଇଥିଲେ ।

ଏଥିରେ ଜିପିଇଓ ଗଦାଧର ମିଶ୍ର, ଜେଇ ଜଗଦୀଶ ବୁଦୁଲା, ଜେଇ ସଂନ୍ତୋଷ କୁମାର ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ କୁମାର ସାହୁ, ବାଉଁଶୁଣି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ପ୍ରିୟବ୍ରତ ବେହେରା, ସୁପ୍ରଭାଇଜର ରୋଜଳୀନ ମିଶ୍ର, rwss ର ସରାଜ କୁମାର ମଣ୍ଡଳ ଏବଂ ପି. ଇ ସମରାଜ ସାହୁ, ଏଲ୍ ଆଇ ରଞ୍ଜନ କୁମାର ବାଘ ସମସ୍ତ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ,ୱାର୍ଡମେମ୍ବର ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।ଜିଲ୍ଲା ପ୍ରକଳ୍ପ ଅଧିକାରୀ ସଞ୍ଜୟ କୁମାର ଝା ,ବରିଷ୍ଠ ସହାୟକ ସରୋଜ କୁମାର ବେହେରା ଏବଂ ଜିଲ୍ଲା ଜରୁରୀ କାଳୀନ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏବିଡ଼ିଓ ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହରଭଙ୍ଗା ବ୍ଲକ ଧର୍ମନଗରରେ ଅତିରିକ୍ତ ଜିଲ୍ଲାପାଳ ବବିତରାଣୀ ଦଲବେହେରା, ହରଭଙ୍ଗା ବିଡ଼ିଓ ସ୍ମିତା ରଥ, କଣ୍ଟାମାଲ ବ୍ଲକ କୁଳୁତାଜୋରରେ ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଶ୍ୱନି କୁମାର ମେହେର ଏବଂ କଣ୍ଟାମାଲ ବିଡ଼ିଓ କଳାକୃଷ୍ଣ ପ୍ରଧାନ ଓ ଘଂଟାପଡା ବନ୍ୟା ଆଶ୍ରୟସ୍ଥଳୀରେ ଉପଜିଲ୍ଲାପାଳ ସନତ କୁମାର ନାଏକ ଯୋଗ ଦେଇ ଓଡ୍ରାପ ଏବଂ ଅଗ୍ନିଶମ ବହିନୀଙ୍କୁ ଉତ୍ସ।ହିତ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like