-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
20-Jun-2022
ବଲାଙ୍ଗିର,ତ୍ରିଦିବସୀୟ ପେନ୍କାକ୍ ସିଲାଟ୍ ପ୍ରଶିକ୍ଷଣ ଶିବର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଟାଉନ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତ ରାଏ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରମୋଦ ରଥ, ୪ତମ ଡନ୍ ବ୍ଲାକ ବେଲ୍ଟ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ଉଦ୍ଯାପନୀ ସମାରୋହ ପ୍ରାରମ୍ଭରେ ବଲାଙ୍ଗିର ଜିଲ୍ଲା ପେନ୍କାକ୍ ସିଲାଟ୍ ସଭାପତି ମହେନ୍ଦ୍ର କୁମାର ଦର୍ଜୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପେନ୍କାକ୍ ସିଲାଟ୍ ର ଓଡିଶା ପ୍ରଶିକ୍ଷକ ଗୁରୁ ପ୍ରେମସିଂ ଥାପା ତାଙ୍କ ସହଯୋଗୀ ସହ ଆସି ତିନିଦିନ ଧରି ଆଇନ ମହାବିଦ୍ୟାଳୟ ପରିସରରେ ସିଲାଟ୍ ଆର୍ଟ ର କଳା କୌଶଳ ଉପରେ ଶିକ୍ଷା ଦେଇଥିଲେ । ୫୦ ରୁ ଉଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇ ସିଲାଟ୍ କଳା କୌଶଳ ଶିକ୍ଷା ଲାଭ କରିଥିଲେ । ପେନ୍କାକ୍ ସିଲାଟ୍ ବଲାଙ୍ଗିର ଜିଲ୍ଲାର ସାଧାରଣ ସଂପାଦକ ଗୁରୁ ପ୍ରଶାନ୍ତ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଉଦ୍ଯାପନି ସମାରୋହରେ ବଲାଙ୍ଗିର ଜିଲ୍ଲା ବ୍ୟାଡ୍ ମିଣ୍ଟର ଏସୋସିଏସନର ସଂପାଦକ ସୁରୁଲାଲ ମଟାରୀ, ରାଜ କିଶୋର ମିଶ୍ର, କବି ଠାକୁର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନର ସହ ସଂପାଦକ ମାନସ ରଂଜ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।