-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
19-Jun-2022
ବଲାଙ୍ଗୀର(ପ୍ରେରଣା ଖବର) - ବଲାଙ୍ଗୀର ଜିଲ୍ଲା ପେନକାକ ସିଲଟ ଏସୋଷିଏସନ୍ ତରଫରୁ ଆଇନ ମହାବିଦ୍ୟାଳୟ ପରିସରରେ ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପନ ହୋଇଯାଇଛି । ଏହି ଉଦଯାପନୀ ଶିବିରରେ ଉତ୍ସବରେ ଟାଉନ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସିଟରୀୟନ୍ କରାଟେ ର ପ୍ରମୋଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ । ପେନକାକ ସିଲଟ ରେ ଦକ୍ଷତା ହାସଲ କଲେ ଖେଳାଳି ମାନଙ୍କୁ ଚାକିରି କ୍ଷେତ୍ର ରେ ସୁଯୋଗ ମିଳିବାର ସୁବିଧା ରହିଛି। ପେନକାକ ସିଲଟ ଇଣ୍ଡୋନେସିଆ ରୁ ବାହାରି ବର୍ତ୍ତମାନ ଭାରତରେ କ୍ଷାତି ଅର୍ଜନ କରି ସରକାରୀ ମାନ୍ୟତା ପାଇସାରିଛି । ଓଡ଼ିଶା କୋଚ ଗୁରୁ ପ୍ରେମ ସିଂ ଥାପା ଏହି ଉଦଯାପନୀ ଉତ୍ସବରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରେନିଂ ଦେଇ ଆଗାମୀ ଦିନରେ ଜାତୀୟ ଆନ୍ତର୍ଜାତୀୟ ସ୍ଥରରେ ସ୍ୱନାମ ଅର୍ଜନ କରିବେ ବୋଲି ତାଙ୍କ ଉଦବୋଧନ ରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପେନକାକ ସିଲଟ ର ସଭାପତି ମହେନ୍ଦ୍ର କୁମାର ଦର୍ଜି ପରିଚାଳନା କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ ପାତ୍ର ପେନକାକ ସିଲଟ କଳାର କୌଶଳ ଉପରେ ବକ୍ତବ୍ୟ ରଖିଥିଲେ ।ଜିଲ୍ଲା ବ୍ୟାଡମିଣ୍ଟନ ର ସମ୍ପାଦକ ସୁରୁଲାଲ ମଟାରି ଏବଂ ସମସ୍ତ କର୍ମକର୍ତ୍ତା ଯୋଗଦାନ କରି ସହଯୋଗ କରିଥିଲେ ।
ଶେଷରେ ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନ୍ ର ସହ ସମ୍ପାଦକ ମାନସ ରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ ।