-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2020
ଝାରସୁଗୁଡ଼ା, (ପ୍ରେରଣା ଖବର) - ସେପ୍ଟେମ୍ବର ୧୨ରୁ ଅକ୍ଟୋବରରୁ ୧୭ ପର୍ଯ୍ୟନ୍ତ ଦେଶର ବଛା ବଛା ପ୍ରତିଯୋଗୀଙ୍କୁ ନେଇ ଆଇୱା ଦ୍ବାରା ଆୟୋଜିତ ହୋଇଥିଲା ‘ପପୁଲାର କୁଇନ୍ ଅଫ ୟୁନିଭର୍ସ’ ପ୍ରତିଯୋଗିତା। ଉକ୍ତ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲାର ସୁଧା ଅବସ୍ତି ଭାଗ ନେଇ କୃତିତ୍ବ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ୨୦୧୯ ସେପ୍ଟେମ୍ବର ମାସରେ ମଧ୍ୟ ସେ ଆଇୱା ଇଣ୍ଡିଆ ମିସେସ୍ ଗର୍ଜିଅସ ଟାଇଟଲ ହାସଲ କରିଥିଲେ। ‘ମେକଅପ ଆଣ୍ଡ ମି’ ନାମକ ଏକ ଏକାଡେମି ଓ ସେଲୁନ୍ ଚଳାଉଥିବା ସୁଧା ଜଣେ ସମାଜସେବୀ ମଧ୍ୟ ଅଟନ୍ତି। ଦୀର୍ଘ ସମୟ ଧରି ଏହି ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ବୋଲି କହିଛନ୍ତି।