-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
23-Nov-2020
ବରଗଡ଼,(ପ୍ରେରଣା ଖବର) - ବରଗଡ ସଦର ହସ୍ପିଟାଲର ଶିଶୁ ବିଭାଗରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ!!ବରଗଡ ହସ୍ପିଟାଲରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ରୋଗୀ । ବିଳମ୍ବିତ ରାତିରେ ବରଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଉପର ମହଲା ପେଡେଟିକ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ମେଡିସିନ୍, ସାଲାଇନ୍, ବେଡ ସମେତ ହସ୍ପିଟାଲରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କର୍ମଚାରୀଙ୍କୁ ନିଆଁ ଆୟତ କରିବା ପାଇଁ ୨ରୁ ୩ ଘଂଟା ସମୟ ଲାଗିଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା, ସେନେଇ କାରଣ ଅସ୍ପଷ୍ଟ ରହିଛି ।