-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
13-Jun-2022
ବଲାଙ୍ଗିର(ପ୍ରେରଣା ଖବର) ଆଜି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଆରତି ଗୁରୁଙ୍କ ସଂଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନୀତ କରିବାର କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚା
ସଭାନେତ୍ରୀ ଶ୍ରୀ ମତୀ ପଙ୍କଜିନୀ ପଣ୍ଡାଙ୍କ ସଭାପତିତ୍ବରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ସମସ୍ତ ସ୍ୱାସ୍ଥ୍ୟକର୍ମୀ ତଥା କରୋନା ଯୋଦ୍ଧାଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା
ଭାରତୀ ମହାନନ୍ଦ, ରାଜ୍ୟ ସଂଯୋଜକ ଦିନେଶ ଶର୍ମା, ଗୋପାଳଜୀ ପାଣିଗ୍ରାହୀ, ସଞ୍ଜୁ ନାଏକ, ସରିତା ଯୋଷୀ, ବାସନ୍ତୀ ଜେନା, ସୌଦାମିନି ମିଶ୍ର, ଫିରୋଜା ବିବି, ସତ୍ୟବତୀ ଗୁରୁ, କଲ୍ୟାଣୀ ଆଡବାଙ୍କ, ସୁଷମା ବେହେରା, ଶୋଭାଗିନୀ ସାହୁ, ସୁମି ବୁଡେକ, ଲଳିତ ଶର୍ମା, ଗଜେନ୍ଦ୍ର ଦଲେଇ ପ୍ରମୁଖ ଶତାଧିକ ସ୍ୱାସ୍ଥ୍ୟ କର୍ମୀ ଓ କାର୍ଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ ।