-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଚାଷକାମ ଯାହାର..କେତେ ଦୁଃଖ ତାହାର

13-Jun-2022



ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରହସନ ପାଲଟି ଗଲାଣି ।କୃଷକର ଆୟ ସୁନିଶ୍ଚିତ କରିବା, କୃଷକର ଆୟ ଦୁଇଗୁଣ କରିବା,ଫସଲ କ୍ଷତି ହେଲେ ବୀମା କ୍ଷତିପୂରଣ ଦେଇ କୃଷକକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ବା ମୋଟାମୋଟି କହିବାକୁ ଗଲେ ଏହି ଯୋଜନା ମାଧ୍ୟମରେ କୃଷକ ମାନଙ୍କ ଫସଲ ଆରମ୍ଭ ରୁ ଅମଳ ପର୍ଯ୍ୟନ୍ତ ସମସ୍ତ କ୍ଷତିରୁ ରକ୍ଷା କରିବା ପାଇଁ ରକ୍ଷାକବଚ କହି ଡିଣ୍ଡିମ ପିଟୁଥିବା ସରକାର ମାନେ ଏବେ ନୀରବ କାହିଁକି ? ଏହି ଯୋଜନା ସର୍ବଭାରତୀୟ ସ୍ତରର ଅଟେ l ଯୋଜନା ଯେତେ ନିର୍ଭୁଲ,ସ୍ଵଚ୍ଛ, ପାରଦର୍ଶୀ ବା କୃଷକଙ୍କ ହିତ ପାଇଁ ହେବାକଥା ତାହା ନ ହୋଇ ବୀମା କମ୍ପାନୀ ମାନଙ୍କୁ ସୁହାଇଲା ପରି ପରିଲକ୍ଷିତ ହେଉଛି। ଗତ ଚାରି ବର୍ଷରେ ବୀମା କମ୍ପାନୀ ମାନେ ୧ ଲକ୍ଷ ୨୯ ହଜାର ଟଙ୍କା ପ୍ରମିୟମ ବାବଦରେ ନେଇଥିବା ବେଳେ ଚାଷୀ ମାନଙ୍କୁ କେବଳ ୮୭ ହଜାର କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି। ଓଡିଶା ପରିପ୍ରେକ୍ଷୀରେ ମଧ୍ୟ ସମାନ ସ୍ଥିତି ଅଟେ । ପ୍ରିମିୟମ ବାବଦକୁ ୬୦୪୦ କୋଟି ଟଙ୍କା କମ୍ପାନୀ ମାନେ ପାଇଥିବା ସ୍ଥଳେ ଚାଷୀମାନଙ୍କୁ ଦେଇଛନ୍ତି ୫,୦୦୦ କୋଟି ଟଙ୍କା। ବିଗତ ବର୍ଷ ମାନଙ୍କରେ କମ୍ପାନୀ ମାନେ ହଜାର ହଜାର କୋଟି ଟଙ୍କା ଲାଭାନ୍ବିତ ହୋଇଛନ୍ତି। ସରକାର ମାନଙ୍କର କମ୍ପାନୀ ପ୍ରୀତି ନୁଆଁ କଥା ନୁହେଁ  ଅନେକ ସମୟରେ କମ୍ପାନୀ ମାନଙ୍କୁ ସିଧା ଲାଭ ଅଜାଡି ଦେଇଥିବା ଉଦାହରଣ ରହିଛି । ଚଳିତ ବର୍ଷ ପଶ୍ଚିମ ଓଡ଼ିଶାରେ କମ ବର୍ଷା ଯୋଗୁଁ ଭୟଙ୍କର ମରୁଡ଼ି ପଡିଥିଲା ବରଗଡ଼ ଜିଲ୍ଲା ୭୨ ହଜାର ହେକ୍ଟର ଜମି ୩୩%ରୁ ଉର୍ଦ୍ଧ୍ବ ଫସଲ ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନ ନିଜ ତରଫରୁ ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି।ସାରା ରାଜ୍ୟରେ ପାଖାପାଖି ୧୧ ଲକ୍ଷ ହେକ୍ଟର ଜମି ବୀମା ଭୁକ୍ତ ହୋଇଥିବାବେଳେ କେବଳ ବରଗଡ଼ରେ ୩୧ ଜୁଲାଇ ୨୧ ସୁଦ୍ଧା ୨ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ ହୋଇଛି। ଋଣୀ ଚାଷୀ ବ୍ୟାଙ୍କ, ସମବାୟ ସଂସ୍ଥା ମାଧ୍ୟମରେ  ବୀମା କରିଥିବା ବେଳେ ୯୦ ହଜାର ଅଣ ଋଣୀ ଚାଷୀ ଅନଲାଇନ ମାଧ୍ୟମରେ ବୀମା କରିଛନ୍ତି। ନିୟମ ରହିଛି ଯେ, ଜମି ମାଲିକ, ଜମି ମାଲିକଙ୍କ ସମ୍ପର୍କୀୟ ଓ ଭାଗ ଚାଷୀ ବୀମା କରିଥିବା ଚାଷ ଜମିର ନକଲ, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ସ୍ୱଘୋଷଣା ନାମା, ଭାଗ ଚାଷୀ କ୍ଷେତ୍ରରେ ଜମି ମାଲିକ ଠାରୁ ସହମତି ପତ୍ର ସହିତ ପ୍ରିମିୟମ ଦେଇ ବୀମା ଭୁକ୍ତ କରିଥାନ୍ତି । କମ୍ପାନୀ ଚାହିଁଲେ ଋଣୀ ଚାଷୀମାନଙ୍କ ପାଇଁ ୧୫ ଦିନ ଏବଂ ଅଣ ଋଣୀ ଚାଷୀଙ୍କ ପାଇଁ ଏକ ମାସ ମଧ୍ୟରେ verification କରିବା ନିୟମ ରହିଛି । ଯଦି ବୀମା ଧାର୍ଯ୍ୟ ତାରିଖ ଠାରୁ ୬୦ ଦିନ ବିତି ଯାଏ ତାହାହେଲେ ସମସ୍ତ ଆବେଦନ ଆପେଆପେ ଯୋଗ୍ୟ ବିବେଚିତ ହୋଇଥାନ୍ତି ବା ହୋଇଯିବା କଥା । ବିଗତ ବର୍ଷ ମାନଙ୍କରେ ତାହା ହିଁ ହୋଇଥିଲା।କିନ୍ତୁ ଚଳିତ ଖରିଫ ଋତୁରେ HDFC କମ୍ପାନୀ ମଇ ମାସ ସୁଦ୍ଧା ପେଣ୍ଡିଙ୍ଗ, ରିଭର୍ଟ ,ରିଜେକ୍ଟ କରି ଚାଲିଛି ଏବଂ ରାଜସ୍ୱ ବିଭାଗ, କୃଷି ଅଧିକାରୀ, ପରିସଂଖ୍ୟାନ ବିଭାଗ କରିଥିବା କ୍ରପକଟିଙ୍ଗ କୁ ମଧ୍ୟ ଗ୍ରହଣ କରି ନାହିଁ ।ଅଯଥା-ଜମି ମାଲିକ ବ୍ୟତୀତ ଅନ୍ୟ ମାନଙ୍କୁ ଅଯୋଗ୍ୟ କରିବା କେତେ ଦୂର ଯୁକ୍ତି ଯୁକ୍ତ ?ଯଦି କୌଣସି ଲୋକ ବେଆଇନ ଭାବରେ ବୀମା କରିଥାନ୍ତି ତାହାକୁ ଏକମାସ ମଧ୍ୟରେ ତଦନ୍ତ କରି ବାଦ ଦେବା ପାଇଁ କିଏ ମନା କଲା ? କାହିଁକି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ? ଆମେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁ ଯେଉଁମାନେ ଅନ୍ୟମାନଙ୍କ ଶହ ଶହ ହେକ୍ଟର ଜମି କୁ ନିଜ ନାମରେ ବୀମା ଭୁକ୍ତ କରିଛନ୍ତି ଅତିଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବିଭିନ୍ନ ବାହାନା କରି ଯୋଗ୍ୟ ଚାଷୀଙ୍କୁ କ୍ରପକଟିଙ୍ଗ ର ୪୫ଦିନ ମଧ୍ୟରେ ବୀମା କ୍ଷତିପୂରଣ ଦେବା ବିଧି ଥିବା ସତ୍ତ୍ୱେ କମ୍ପାନୀ ଆଇନକୁ ବାରମ୍ବାର ଉଲ୍ଲଙ୍ଘନ କରୁଛି। ଚାଷୀଙ୍କ ଦାବୀ କମ୍ପାନୀ ବିରୋଧ ରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କଳା ତାଲିକାଭୁକ୍ତ କରାଯାଉ ଏବଂ ଆସନ୍ତା ବର୍ଷ HDFC କମ୍ପାନୀକୁ ବରଗଡ଼ ଜିଲ୍ଲାରୁ ବାଦ ଦିଆଯାଉ।
ପ୍ରଶାସନର କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଚାଲିବ ନାହିଁ।ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ତରଫରୁ ଗତ ଖରିଫ ଋତୁରେ କ୍ରପକଟିଙ୍ଗ ସମୟରେ କଂପାନୀର ମନମୁଖିିତା, ବୀମା ପେଣ୍ଡିଙ୍ଗ ପ୍ରସଙ୍ଗରେ ଅକ୍ଟୋବର ମାସରୁ ପ୍ରଶାସନକୁ ଅବଗତ କରାଯାଇଥିଲା l ପରେ ଡ଼ିସେମ୍ବର ୧୫ ତାରିଖରେ ପଦ୍ମପୁରରୁ ବରଗଡ ବାଇକ ରାଲି କରି ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଥିଲା । ଜାନୁଆରୀ ମାସରେ ଝାରବନ୍ଧ, ପାଇକମାଲ, ଗାଇସିଲେଟ, ପଦ୍ମପୁର ସମେତ ବିଭିନ୍ନ ବ୍ଲକରେ ବିଭିନ୍ନ ପ୍ରକାର ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଛି ଫେବ୍ରୁଆରୀ ୭ତାରିଖରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା, ଏପ୍ରିଲ ୪ ରୁ ୮ ତାରିଖ ଉପଜିଲ୍ଲାପାଳ ଅଫିସ, ପଦ୍ମପୁର ତାଲା ବନ୍ଦ ଆନ୍ଦୋଳନ କରିବା ସହିତ ବାରମ୍ବାର ପ୍ରଶାସନିକ ସ୍ତରରେ ଆଲୋଚନା ସତ୍ତ୍ୱେ  ଚାଷୀଙ୍କୁ କ୍ଷତିିପୂରଣ ନ  ମିଳିବା ଅତ୍ୟନ୍ତ ପରିତାପର ବିଷୟ ଅଟେ।ପ୍ରଶାସନ କେବଳ ତାରିଖ ପରେ ତାରିଖ ଦେଇ ଚାଲିଛନ୍ତି।
ଏବେ ଚାଷୀ କୂଳ କରିବେ କଣ ? ପୁଣି ନୁଆଁ ଚାଷ ସମୟ ଆସିଗଲାଣି,ଚାଷୀ ପାଖରେ ନାଁ ଚାଷ କରିବା ପାଇଁ ଟଙ୍କା ଅଛି ନାଁ ବିହନ ଯଦି ଚୁପ ବସିବା ବୀମା ଟଙ୍କା କେବେ ? କିଏ ?କେତେ ପାଇବ କିଛି ସ୍ପଷ୍ଟୀକରଣ ନାହିଁ  ?  ଏ ସବୁ ବିଷୟରେ ରାଜବୋଡାସମ୍ବର କୃଷକ ସଂଗଠନ ଆବାହକ ଅଶୋକ ସାହୁ ବିମା ରାଶି ତୁରନ୍ତ ପ୍ରଦାନ ପାଇଁ ମୁଖମନ୍ତ୍ରୀ, କୃଷିମନ୍ତ୍ରୀ, 5T ସଚିବ, ସାଂସଦ ବରଗଡ, ଜିଲାପାଳ ବରଗଡ, ଆରକ୍ଷୀ ଅଧିକ୍ଷକ ବରଗଡ ଏବଂ ବରଗଡ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ପତ୍ର ଲେଖି ୧୨ ତାରିଖ ସୁଦ୍ଧା ଫସଲ ବିମାରାଶି ଚାଷୀ ଙ୍କୁ ଦିଆଯାଉ ବୋଲି ଚାଷୀଙ୍କଙ୍କ ନ୍ୟାର୍ଯ୍ୟ ଦାବୀ ବିଷୟରେ ଅବଗତ କରିଥିଲେ ନଚେତ ସଂଗଠନ ତରଫରୁ ୧୩ ତାରିଖ ରୁ ଆଇନ ଅମାନ୍ୟ ଜେଲ ଭରୋ ଆନ୍ଦୋଳନ କରାଯିବା ନେଇ ଚରମ ଚେତାବନୀ ଦେଇଥିଲେ l ଗତ  ତା.୧୧.୦୬.୨୦୨୨ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଜିଲାପାଳ ଚାଷୀ ଙ୍କ ସହ ଆଲୋଚନା କରି ଆହୁରି ୧୫ ଦିନ ର ମହଲତ ତଥା ସମୟ ଦେବାକୁ ଚାଷୀ ପ୍ରତିନିଧି ଙ୍କୁ ଅନୁରୋଧ କରିଥିଲେ l କିନ୍ତୁ ଚାଷୀଙ୍କ ଧୈର୍ଯ୍ୟ ର ସୀମା ଅତିକ୍ରମ ହୋଇ ଗଲାଣି ଜିଲ୍ଲା ପ୍ରଶାସନର ଭୁଆଁ ବୁଲା ପ୍ରତିଶ୍ରୁତି ପ୍ରଭାବିତ କରିପାରିବ ନାହିଁ l 
ଏଣୁ ଏହି ପ୍ରସଙ୍ଗ କୁ ଶାଣିତ କରିବା ନିର୍ଣ୍ଣାୟକ ମନେ କରି କୃଷକମାନଙ୍କ ସ୍ୱାଭିମାନର, ଜୀବନ ଜୀବିକା ଲଢ଼େଇ ମନେ କରି  ଆଜି ଠୁ ଆଇନ ଅମାନ୍ୟ ଆନ୍ଦୋଳନ ର ଡାକରା ଦେଇଛନ୍ତି l ସମସ୍ତ ଚାଷୀ ଏକଜୁଟ ହୋଇ ଫସଲ ବୀମା ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜୋରଦାର କରିବା ସହ ପଦ୍ମପୁର ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ରେ ତାଲା ବନ୍ଦ କରି ମୁଖ୍ୟ ଛକ ଭେଉଁରିଆ ଛକରେ ଅହୋରାତ୍ର ଧାରଣା ଦେବାକୁ ଚରମ ନିଷ୍ପତ୍ତି ନେଇଛି l ଚାଷୀଙ୍କ ଜୀବନ ଜୀବିକା ର ଲଢେଇରେ  ସ୍ୱର ମିଳାଇ ଆଇନ ଅମାନ୍ୟ ଓ ଜେଲ ଭରୋ ଆନ୍ଦୋଳନକୁ  କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା, ପଦ୍ମପୁରର ଓକିଲ ସଂଘ, ବଣିକ ସଂଘ, ନାଗରିକ କମିଟି, ଘରୋଇ ବସ ମାଲିକ ସଂଘ ସମର୍ଥନ ଘୋଷଣା କରି ଆନ୍ଦୋଳନ ରେ ସାମିଲ ହେବାପାଇଁ ଘୋଷଣା କରିଛନ୍ତି । ସେଥିପାଇଁ ସମସ୍ତ ସଂଗଠନ ମାନଙ୍କୁ ଚାଷୀ ମାନଙ୍କ ତରଫରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଇଛି l ଆଜି ପଦ୍ମପୁର ସହର ରେ ସମସ୍ତଙ୍କ ସମର୍ଥନ ରେ ହଜାର ହଜାର ଚାଷୀଙ୍କ ମେଳି ହୋଇ ଆନ୍ଦୋଳନ କୁ ଶାଣିତ କରାଯିବାର ଚରମ ନିଷ୍ପତ୍ତି ଗ୍ରହଣ କରିଛି ଚାଷୀ ସଂଗଠନ l


(ନିରଞ୍ଜନ ତ୍ରିପାଠୀ,ବରିଷ୍ଠ ସାମ୍ବାଦିକ) 


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like