-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
12-Jun-2022
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ଗତକାଲି ଭାରତୀୟ ଜନତା ପାର୍ଟି ତଥା ବିଜେପି ସରକାରଙ୍କ ଆଠ ବର୍ଷ ପୂର୍ତ୍ତି ଉପଲକ୍ଷେ ଖପ୍ରାଖୋଲ ଠାରୁ ବାଇକ ଯୋଗେ ବିରାଟ ଶୋଭାଯାତ୍ରାରେ ବାହାରି ପାଟଣାଗଡ ଠାରେ ପହଂଚି ଥିଲେ l ଏହି ବାଇକ ରେଲିରେ ପାଟଣାଗଡ ପୂର୍ବତନ ମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂଦେଓ ଖପ୍ରାଖୋଲ ଠାରୁ ବାଇକ ଯୋଗେ ହୋଇଥିବା ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ଏଥିରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ ଙ୍କ ନୋମିନି ପ୍ରବୀଣ ଅଗ୍ରୱାଲ, ଖପ୍ରାଖୋଲ ମଣ୍ଡଳ ସଭାପତି ଶଶୀଭୁଷଣ ପୂଝରୀ, ଉପେନ୍ଦ୍ର ଭୋଇ, ରହିତ ମେହେର, ବିପ୍ର ବିଶି, ମଧୁ ସୁଦନ ବରିହା, ସତ୍ୟାନନ୍ଦ ସେନ୍ଦ୍ରିଆ, ପହ୍ଲାଦ ଚାନ୍ଦଙ୍କ ସମେତ ଭାରତୀୟ ଜନତା ପାର୍ଟି ର ବହୁ କର୍ମକର୍ତା ବାଇକ ରେଲିରେ ଯୋଗଦେଇ ଆଠ ବର୍ଷ ପୂର୍ତ୍ତି କୁ ପାଳନ କରଥିଲେ l
(ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରୁ ବସନ୍ତ ମେହେରଙ୍କ ରିପୋର୍ଟ)