-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
03-Jun-2022
ଟିଟିଲାଗଡ(ପ୍ରେରଣା ଖବର ବ୍ୟୁରୋ) : ସହର ସଫା ସୁତରା ରଖିବା ପାଇଁ ସଫେଇ କର୍ମଚାରୀଙ୍କୁ ସହରବାସୀ ସହଯୋଗ ମଧ୍ଯ ଆବଶ୍ୟକତା ରହିଛି ବୋଳି ଟିଟିଲାଗଡ ସହରର ସଫେଇ ଓ ପରିମଳ ବ୍ୟବସ୍ଥାର ତଦାରଖ କରୁଥିବା ବେଳେ ମ୍ୟୁନିସିପାଲଟିର ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ ପ୍ରକାଶ କରିଛନ୍ତି। ସହରରେ ସଫେଇ କର୍ମଚାରୀ ମାନେ ତାଙ୍କର
କର୍ତ୍ତବ୍ଯ କରୁଥିବା ବେଳେ ବିଭିନ୍ନ ସ୍ଥାନରୁ ବାହାରୁଥିବା ଅଦରକାରୀ ଆବର୍ଜନାକୁ ଏଣେତଣେ ନ ଫୋପାଡି ସଫେଇ କର୍ମଚାରୀଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ। ଏହି ତଦାରଖ ବେଳେ ମ୍ୟୁନିସିପାଲଟିର ଜୁନିୟର ସାନିଟାଇଜେସନର ଶୁଭଂସ୍ମୀତା ଧଳ, ସଫେଇ ଠିକାସଂସ୍ଥାର ପ୍ରତିନିଧି, କାଉନସିଲର ଓ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।