-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
03-Jun-2022
ପାଟଣାଗଡ଼ / ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଦମେଇପାଲି ପଞ୍ଚାୟତ ବଡ଼ଉଡେନ ଗାଁର ଜନସାଧାରଣ ଗାଁକୁ ଆଣି ପିଡ଼ିଏସ୍ ଚାଉଳ ହିତାଧିକାରୀଙ୍କୁ ଦେବାକୁ ଦାବୀ କରିଛନ୍ତି । ଏନେଇ ଗ୍ରାମବାସୀ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ଲିଖିତ ଜଣାଇବା ସହ ଦାବୀପୂରଣ ପାଇଁ ଅଡ଼ି ବସିଥିଲେ । ପରେ ଦମେଇପାଲି ସରପଞ୍ଚ ତାରକାନ୍ତି ତାଣ୍ଡି, ଯୋଗାଣ ନିରୀକ୍ଷକ ବିକାଶ ବାର୍ଲା, ଥାନା ଏଏସ୍ଆଇ ପ୍ରମୁଖ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ସରପଞ୍ଚ ହିତାଧିକାରୀମାନଙ୍କ ଦାବୀ ଉପରେ ସହମତ ପ୍ରକାଶ କରି ଗାଁରେ ଚାଉଳ ଦେବାକୁ ନିଷ୍ପତ୍ତି ନେଇଥିଲେ । ବିଡ଼ିଓ ଏବଂ ଯୋଗାଣ ଅଧିକାରୀ ମଧ୍ୟ ସହମତି ପ୍ରକାଶ କରିବା ପରେ ଗ୍ରାମବାସୀ ଖୁସୀ ବ୍ୟକ୍ତ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ଗ୍ରାମର ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ ।