-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
30-May-2022
ଚଳିତ ଆଇପିଏଲ ର ଫାଇନାଲ ମେଚରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଚାଲିଥିଲା ବଡଧରଣ ବେଟିଙ୍ଗ l ଲାଗିଥିଲା ଲକ୍ଷ ଲକ୍ଷ ଟଙ୍କା l ଆଉ ଏହି ଆଇପିଏଲ ବେଟିଙ୍ଗ ବେଳେ ଆସିକା ପୋଲିସ କଲା ଚଢ଼ାଉ l ଗିରଫ ହେଲେ ୪ ଅଭିଯୁକ୍ତ l ଜବତ ହେଲା ୭ ଲକ୍ଷ ୬୦ ହଜାର ଟଙ୍କା ସହ ୬ ମୋବାଇଲ l ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣ ୬ ଫେରାର ଅଛନ୍ତି l ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ଆସିକା ସୁବର୍ଣ୍ଣଶ୍ୱର ମନ୍ଦିର ନିକଟରେ ଆଇପିଏଲ ବେଟିଙ୍ଗ ଚାଲିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା l ଆସିକା ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଏକ ପେଟ୍ରୋଲିଙ୍ଗ ଟିମ ସେଠାରେ ଚଢ଼ାଉ କରିଥିଲା l ପୋଲିସକୁ ଦେଖି ଛତ୍ରଭାଙ୍ଗ ଦେଇଥିଲେ ଅଭିଯୁକ୍ତ ମାନେ l ତେବେ ପୋଲିସ ଘଟଣା ସ୍ଥଳରୁ ଆଇପିଏଲ ବେଟିଙ୍ଗ
ରେ ସମ୍ପୃକ୍ତ ୪ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା l ସେମାନଙ୍କ ନିକଟରୁ ୭ଲକ୍ଷ ୬୦ହଜାର ଟଙ୍କା ସହିତ ୬ଟି ମୋବାଇଲ ଜବତ କରି କୋର୍ଟଚାଲାଣ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇପିଏସ ନଚିକେତ ସେଲକେ l ସେପଟେ ଫେରାର ୬ଜଣ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ l ଯୁବପିଢ଼ି ଏହିଭଳି ଅନଲାଇନ ବେଟିଙ୍ଗ ଠାରୁ ଦୁରେଇ ରହିବାକୁ ସଚେତନ କରିଛନ୍ତି ଇପିଏସ
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ)