-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
29-May-2022
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା ) ଉଲୁଣ୍ଡା ବ୍ଲକ ଗୌଡ଼ଗାଁ ଆମ୍ବତୋଟା ଠାରେ ବ୍ଲକ ସ୍ତରୀୟ ଡ୍ରାଇଭର ସଂଘ ଗଠିତ ହୋଇଯାଇଛି l ଆୟୋଜିତ ବୈଠକରେ ବ୍ଲକର ବିଭିନ୍ନ ସ୍ଥାନରୁ ଡ୍ରାଇଭର ମାନେ ଯୋଗଦେଇଥିଲେ l ଏହି ଅବସରରେ ନୂତନ କମିଟି ଗଠନ କରାଯାଇଥିଲା l ଏଥିରେ ସଭାପତି ଭାବରେ ସୁରେଶ ସେଠି, ଉପସଭାପତି ନିରଞ୍ଜନ ପଣ୍ଡା, ସମ୍ପାଦକ ଅଚ୍ୟୁତାନନ୍ଦ ଚୌଦୂରୀ, ସହ ସମ୍ପାଦକ ଜନ୍ମଜୟ ପୁରୋହିତ ଓ କୋଷାଧକ୍ଷ ଭାବରେ ଚନ୍ଦ୍ରଶେଖର ମେଶୁଆ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ l ବିଜ୍ଞାନ ମହାକୂର ନରୋତମ ଭୋଇ, ବାବୁଲା ପଧାନ, ସୁରେଶ ମେଣ୍ଡଳୀ ଏବଂ ପୀତବାସ ସାହୁ ଉପଦେଷ୍ଟା ମଣ୍ଡଳୀରେ ରହିଥିବା ଜଣାପଡିଛି l ପରେ ଡ୍ରାଇଭର ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସମସ୍ତେ ଏକତ୍ରିତ ହୋଇ ସହଯୋଗର ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ l