-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
27-May-2022
ପାଟଣାଗଡ଼(ରୁପେନ୍ଦ୍ର ମୁଣ୍ଡା): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ୍ ତେନ୍ତୁଲିମୁଣ୍ଡା ଗ୍ରାମରେ କ୍ରିଷ୍ଣା ଭୋଇ, ବୟସ ମାତ୍ର ୮ ବର୍ଷ । ପାଠ ପଢିବାରେ କ୍ରିଷ୍ଣାଙ୍କ ବହୁତ ଆଗ୍ରହ ହେଲେ ସେ ଜନ୍ମରୁ ପୋଲିଓ ଗ୍ରସ୍ତ l ଚାଲିବାରେ ସେ ଅକ୍ଷମ । ତେନ୍ତୁଳିମୁଣ୍ଡା ଗ୍ରାମ ର ପ୍ରାଥମିକ ସ୍କୁଲରେ ସେ ତୃତୀୟ ଶ୍ରେଣୀର ଛାତ୍ର । କିନ୍ତୁ ଘରୁ ସ୍କୁଲ୍ ଏବଂ ସ୍କୁଲ୍ ରୁ ଘରକୁ ଯିବା ଆସିବା ପାଇଁ କ୍ରିଷ୍ଣାଙ୍କୁ ବହୁତ ଅସୁବିଧା ହେଉଥିଲା । ତେନ୍ତୁଳିମୁଣ୍ଡା ଗ୍ରାମର ସମାଜସେବୀ ତଥା କୋଶଲ ସଂଗ୍ରାମୀ ଦୁଃଖନାସନ ବିଶ୍ବାଲ୍ ଏ ଖବର ପାଟଣାଗଡ ର 'କନ୍ଯାକିରଣ ଫାଉଣ୍ଡେସନ୍' କୁ ଜଣାଇଥିଲେ ଯତ୍'ଦ୍ବାରା 'କନ୍ଯାକିରଣ ଫାଉୁଣ୍ଡେସନ୍' କ୍ରିଷ୍ଣାଙ୍କ ଘରକୁ ଯାଇ ସବୁ ସୁଖ ଦୁଃଖ ବୁଝିଥିଲେ ଏବଂ ସେମାନେ ବେଲପଡା ବ୍ଲକ୍ ଉନ୍ନୟନ ଅଧିକାରୀ ଓ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ସହ ଏ ବିଷୟ ରେ ଆଲୋଚନା କରି କ୍ରିଷ୍ଣାକୁ ଏକ ହ୍ବିଲଚେୟାର୍ ର ବ୍ଯବସ୍ଥା କରିଥିଲେ । କ୍ରିଷ୍ଣା ଏବେ ହ୍ବିଲଚେୟାର୍ ପାଇ ବହୁତ ଖୁସି , ସେ ସବୁଦିନ ସ୍କୁଲ୍ କୁ ପାଠ
ପଢିଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ତା ସହ ସେ ପାଠ ପଢି ଚାକିରି କରିବି ବୋଲି ଇଚ୍ଛା ମଧ୍ଯ ରଖିଛନ୍ତି । କ୍ରିଷ୍ଣା ହ୍ବିଲଚେୟାର୍ ଯୋଗାଇ କନ୍ଯାକିରଣ୍ ଫାଉଣ୍ଡେସନ୍ ର ସଭାପତି ସେବିକା ରାଜହଂସ , ସଦସ୍ଯା ତଥା ଜିଲ୍ଲାପରିଷଦ୍ ଅନିମା ଦାଶ୍ ଏବଂ ଅନ୍ଯାନ୍ଯ ସଦସ୍ଯା ଚନ୍ଦ୍ରକାନ୍ତି ସେଟ୍ , ନିରୁପମା ଧରୁଆ ନିଜକୁ ବହୁତ ଖୁସି ଅନୁଭବ କରିଛନ୍ତି । ଆଗକୁ ସେମାନେ ନିଜକୁ ସମାଜସେବା ରେ ସମର୍ପଣ କରିବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।