-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
27-May-2022
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଓ କୁରସୁଡ ମଣ୍ଡଲ ଅନ୍ତର୍ଗତ କୋତମରା ଠାରେ ବିଜେପିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତାପାଟି ରେ ଗ୍ରାଉଣ୍ଡ ଲେବେଲ ରୁ ଅଧିକ ରୁ ଅଧିକ ଲୋକଙ୍କୁ ଯୋଡିବା ପାଇଁ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବାପାଇଁ କର୍ମୀ ମାନଙ୍କୁ ମନ୍ତ୍ର ଦେଇଥିଲେ ମୁଖ୍ଯ ଅତିଥି ଜିଲ୍ଲା ବିଜେପିର ବରିଷ୍ଠ ନେତା ତଥା ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ଅଧ୍ୟକ୍ଷ ବଲରାମ ସିଂହ ଯାଦବ। ଅଞ୍ଚଳର ବିଭିନ୍ନ ସମସ୍ୟା କୁ ନେଇ ଲୋକଙ୍କ ସହଭାଗିତା ହେବାପାଇଁ ପରାମର୍ଶ ଦେଇଥିଲେ ସମ୍ମାନୀତ ଅତିଥି ପୂର୍ବତନ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ଯ ଅନିରୁଦ୍ଧ ଦଳବେହେରା । ସିନ୍ଧେକେଲା ଓ କୁରସୁଡ ମଣ୍ଡଲ ର କାର୍ଯ୍ଯକର୍ତ୍ତା ମାନଙ୍କ ମଧ୍ଯରେ ସିନ୍ଧେକେଲା ଜୋନ
ଜିଲ୍ଲାପରିଷଦ ସଦସ୍ଯ ଦାମୁ ସୁନା , କୁରସୁଡ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ , ୯ ନମ୍ବର ଜୋନର ପୂର୍ବତନ ଜିଲ୍ଲାପରିଷଦ ରୀନା ମାଝୀ, ପ୍ରଦିପ ମାଝୀ, ପୂର୍ବ ସିନ୍ଧେକେଲା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ନୌରାଜ ରଣା , ଯୁବମୋର୍ଚ୍ଚାର ପୂର୍ବ ଉପସଭାପତି ହେମନ୍ତ ସାହୁ , ନିଲାଞ୍ଚଲ ସଡଙ୍ଗୀ, ସୁରେଶ ମହାନ୍ତି, ରସିକ ପୁଟେଲ, ସଦାନନ୍ଦ ଗହିର, ରୋହିତ ସାହୁ , ଜଗବନ୍ଧୁ ପୁଟେଲ, ଭୋଲା ବେହେରା , ଯୋଗେନ୍ଦ୍ର ବେହେରା , ନବୀନ ମହାନ୍ତି , ନିରାକାର ରଣା , ପ୍ରମୋଦ ସାହୁଙ୍କ ସହ ବିଜେପିର ବହୁ କାର୍ଯ୍ଯକର୍ତ୍ତା ଯୋଗ ଦେଇଥିଲେ।