-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
21-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ବିଶିଷ୍ଟ ନେଫ୍ରୋଲୋଜି ବିଶେଷଜ୍ଞ ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ କରଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ଦେହାନ୍ତ ହୋଇଛି । ଡାକ୍ତର କର ଓଡିଶାରେ ପ୍ରଥମେ ଏସିବି ବଡ଼ ମେଡିକାଲରେ କାଡାଭେରିକ ଅପରେସନ କରିଥିଲେ । ମୃତ୍ୟୁ ପରେ କିଡନୀ ପ୍ରତିରୋପଣ କରିବାରେ ମଧ୍ୟ ସଫଳ ହୋଇଥିଲେ । ଶ୍ରୀ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହ ଶ୍ରୀ କରଙ୍କ ବିୟୋଗ ଓଡିଶା ଚିକିତ୍ସା ଜଗତ ପାଇଁ ଅପୁରଣୀୟ କ୍ଷତି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି!!*