-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ରାଜ୍ୟ

ହାଜତର ମୃତ୍ୟୁ ମାମଲାକୁ ନେଇ ଗର୍ଜିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର,ମୁଖ୍ୟମନ୍ତ୍ରୀ ନିରବ କାହିଁକି?

21-Nov-2020



ବଲାଙ୍ଗୀର,(ପ୍ରେରଣା ଖବର) : ଚର୍ଚ୍ଚା ରେ ପୁରୀ ହାଜତ ମୃତ୍ୟୁ ମାମଲା । ଅଭିଯୁକ୍ତର ମୃତ୍ୟୁ ହାଜତରେ ନା ହେପାଜତରେ ଏବେବି ପ୍ରଶ୍ନବାଚୀ ସୃଷ୍ଟି କରିଛି ? ହାଜତ ମୃତ୍ୟୁ ମାମଲା ୨ଦିନ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ମୃତକ କେ. ରମେଶଙ୍କ ବାପା ,ମା ଓ ତାଙ୍କ ଅନ୍ୟ ଜଣେ ପରିବାର ସଦସ୍ୟକୁ କୁଆଡେ ରଖିଛନ୍ତି ପୁରୀ ପୋଲିସ ତା ଏବେ ସୁଦ୍ଧା ଅସ୍ପଷ୍ଟ । ହିନ୍ଦୁ ଧର୍ମର ରୀତିନୀତି ହିସାବରେ ଶବ ସଂସ୍କାରର ଯେଉଁ  କାର୍ଯ୍ୟ କରାଯିବା କଥା ମୃତକଙ୍କ ପରିବାର ସେ ସବୁଥିରୁ ବଂଚିତ ଅଛନ୍ତି । ଅନ୍ୟପକ୍ଷେ ସାମ୍ନାକୁ ଆସିଛି ପୋଲିସର ବର୍ବରତା କାଣ୍ଡ, ତରବାରିଆ ଭାବେ ପରିବାର ସଦସ୍ୟକୁ ଶବ ହସ୍ତାନ୍ତର ନକରାଯାଇ ପୁରୀ ପୋଲିସ ନିଜେ ଶବଦାହ କରିବା ଘଟଣା ଏହା ଏକ ଅପରାଧ ଜନକ କାର୍ଯ୍ୟ । ଏହି ଘଟଣାକୁ ଦୃଷ୍ଟି ରେ ରଖି  ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୋଧରେ ଏପରି ଗର୍ଜିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହା ମଧ୍ୟ ସେ କହିଛନ୍ତି ରାଜ୍ୟରେ ଆଉ ଆଇନ ର ଶାସନ ନାହିଁ । ଏହିପରି ଏକ ଲୋମଟାଙ୍କୁରା ଘଟଣା ସମ୍ନା କୁ ଆସିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ ହୋଇରହିଛିନ୍ତି । ଏଥିରୁ ସେ ସ୍ପଷ୍ଟ ଯେ ରାଜ୍ୟରେ ଆଉ ଗଣତନ୍ତ୍ର ଶାସନ ଚାଲୁ ନାହିଁ । 

 ନରସିଂହ ମିଶ୍ର କହିଛନ୍ତି ଯେ ପୁରୀ ହାଜତ ର ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ଘୋର ନିନ୍ଦା କରୁଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।  ଏହି ଚଞ୍ଚଲ୍ୟକର ଘଟଣାଟି ଜିଲ୍ଲା ଦୌରାଜଜ୍‌ଙ୍କ ଦ୍ବାରା ତଦନ୍ତ କରାଯିବ ଦରକାର ବୋଲି ସେ କହିଥିଲେ ।  ଖାଲି ସେତିକି ନୁହେଁ ଜିଲ୍ଲା ଏସପି ଙ୍କ ସହିତ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ପୋଲିସ ଅଧିକାରୀ ଙ୍କୁ ତୁରନ୍ତ ହଟାଇବା,କେବଳ ଦୁଇ କନେଷ୍ଟବଲ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଏସ୍ପି ଙ୍କୁ ବଦଳି କରିବା ବଦଳରେ କାର୍ଯ୍ୟାନୁଷ୍ଠାନ ଦରକାର ଏହା ଯଦି ନ ହୁଏ ତେବେ ଏହି ଘଟଣାର ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ନାହିଁ।  ଏବଂ ଘଟଣାରେ ଲିପ୍ତ ଥିବା ସମସ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ନିହାତି ଆବଶ୍ୟକ । ଖାଲି ଏହି ଗୋଟିଏ ଘଟଣା ନୁହେଁ, ବଲାଙ୍ଗୀର ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଓ କଟକ ସହର ରେ ଦିନ ଦ୍ବିପହରରେ ୧୦ କ୍ବିଣ୍ଟାଲ ସୁନା ଡକାୟତି, ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଧରି ନପାରିବା ଆଦି ଘଟଣା ସୁଚାଉଛି ଯେ ରାଜ୍ୟରେ ପୋଲିସ ର କାର୍ଯ୍ୟ କରିବା କ୍ଷମତା ଦିନକୁ ଦିନ ଦୁର୍ବଳ ହୋଇଯାଇଛି । ଏବଂ ବଲାଙ୍ଗୀର, କୋରାପୁଟ ଓ ସୁନ୍ଦରଗଡ଼ରେ ରାହାଜାନୀ ଓ ଠକେଇ ଦିନକୁ ଦିନ ବଢ଼ିଚାଲିଛି। ଏହିପାଇଁ ଆଇନଶୃଙ୍ଖଳା ଠିକ ଭାବରେ କାର୍ଯ୍ୟ କରୁନାହିଁ । ରାଜ୍ୟରେ ଏହି ଘଟଣା ଘଟି ସରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସିଥିବାର କଂଗ୍ରେସ ବିଧାୟକ କହିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀ ମିଶ୍ର କହିଛନ୍ତି ଯେ ,କରୋନା ମହାମାରୀ ପାଇଁ ରାଜ୍ୟରେ ଅନେକ ଶିକ୍ଷିତ ଯୁବକ ଓ ଯୁବତୀ ମାନେ ଚାକିରୀ ହରାଇ ଥିବା ଯୋଗୁ ସେମାନଙ୍କ ଭିତରୁ ଅଧିକାଂଶ ଲୋକ ଏହିପରି ଅପରାଧୀକ କାର୍ଯ୍ୟ କରିବାକୁ ଆଗଉଛନ୍ତି । ଏହାକୁ ଲକ୍ଷ୍ୟ କରି ସେ ନରସିଂହ କହିଛନ୍ତି ଯେ ରାଜ୍ୟ ରେ ଦୁର୍ନୀତି ଚରମ ସୀମାରେ ପହଁଚିଲାଣି ଏହାରି ମଧ୍ୟରେ କୋଭିଡ ଦୁର୍ନିତ ସବୁଠାରୁ ଆଗରେ ରହିଛି । ଯାହା ସାରା ଭାରତର ଗଣତନ୍ତ୍ରକୁ  ଧ୍ବଂସ ମୁଖକୁ ପେଲି ଦେଇଛି। ଏହିଥିରୁ ବାଦ ପଡ଼ିନାହିଁ ଓଡିଶା ସରକାର । ଖାଲି ସେତିକି ନୁହେଁ ୯ଟି ଖଣି ୩୬ ହଜାର କୋଟି ଟଙ୍କା ଲୁଟ୍‌ କରିଥିବା ନେଇ ସରକାରଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ ଜାରି କରିଥିବା ବେଳେ ଖଣି ଦୁର୍ନୀତିର ତଦନ୍ତ କରୁଥିବା ରାଜ୍ୟ ଭିଜିଲାନ୍‌ସ  କେତେକ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶଂସା  ନେଉଥିବାବେଳେ ଦୁର୍ନୀତିରେ ଅଂଶୀଦାର କରିଥିବା ବଡ଼ ବଡ଼ିଆଙ୍କୁ ସରକାର କୋଳାଇ ନେଇଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ରେ କୃଷକ ମାନଙ୍କର ସମସ୍ୟା ବିଷୟରେ କଂଗ୍ରେସର ବିଧାୟକ କହିଛନ୍ତି ଯେ  କୃଷି ଆଇନକୁ ସଂସଦରେ ବିଜେଡି ବିରୋଧ କରିଥିଲା। ମାତ୍ର ଏହା ପରବର୍ତ୍ତୀ ସମୟରେ ଅଧ୍ୟାଦେଶ ବଳରେ କେନ୍ଦ୍ର ସରକାରଙ୍କ ଆଇନକୁ ସମର୍ଥନ କରି ପୁଣି ଗୋଟିଏ କୃଷକ ବିରୋଧୀ ଅଧ୍ୟାଦେଶ ଜାରି କରିଛନ୍ତି। ମଣ୍ଡିରେ ଧାନ ସଂଗ୍ରହ ବେଳେ ସିସିଟିଭି ଲଗାଇବାକୁ ବିଧାନସଭା ସ୍ଥାୟୀ କମିଟି ଦ୍ୱରା ସରକାରଙ୍କୁ ସୁପାରିସ କରିଥିଲା। କିନ୍ତୁ  ସରକାର  ଏହାକୁ ଗ୍ରହଣ କରିନାହାନ୍ତି। ଏହାରି ଭିତରେ ସରକାରଙ୍କ ମେକ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।  ଏହା ଯଦି ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ କରାଯାଇଥାନ୍ତା ତାହେଲେ କୌଣସି ଅସୁବିଧା ନ ଥାନ୍ତା । ଏହି ସବୁ ତଥ୍ୟ ରୁ ଜଣାପଡୁଛି ଯେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ରୂପେ କାର୍ଯ୍ୟ କରୁଛନ୍ତି ।  ସେହିପରି କୋଭିଡ ସମୟରେ ହଜାର ହଜାର ସ୍କୁଲ ବନ୍ଦ ପଡିଥିବା ବେଳେ ଲକ୍ଷାଧିକ ପିଲାଙ୍କୁ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି ଏବେ କରୋନା ପାଇଁ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ଅଭିଭାଵକ ମନରେ ଅସନ୍ତୋଷ ଦେଖାଯାଇଛି । ସ୍କୁଲ ଖୋଲିବାକୁ ଗୃହରେ ଦଳ ଦାବି କରିଛି । 
କରୋନା ପାଇଁ ଶୀତ ଅଧିବେଶନରେ ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଧାନସଭା ବାଚସ୍ପତି କହିଲେ କରୋନା ଯୋଗୁଁ ୫୦% ସରକାରୀ ଅଧିକାରୀରେ କାର୍ଯ୍ୟ ହେଉଥିବାରୁ ପ୍ରଶ୍ନର ସଠିକ୍‌ ଉତ୍ତର ମିଳିପାରିବ ନାହିଁ। ସେଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯାଇଛି । ଏସବୁ କରି ସରକାର ବାସ୍ତବରେ ବିରୋଧୀଙ୍କ ପ୍ରଶ୍ନରୁ ଖସିଯିବାକୁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like