-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
21-Nov-2020
ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳୀ ସ୍ଥିତ ରେଲୱେ ଓଭରବ୍ରିଜ୍ ନିକଟରୁ ଏକ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟେରାମାନେ ୧ ଲକ୍ଷ ୬୫ ହଜାର ଲୁଟି ନେଇଛନ୍ତି ।ପ୍ରାପ୍ତ ଖବର ମୁତାବକ ଚୋଦ୍ୱାର ସ୍ଥିତ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ୨ ଜଣ କର୍ମଚାରୀ ଜଗତପୁର ଖଇରା ଓ ସାତବାଟିଆ ଅଞ୍ଚଳରୁ ୧ ଲକ୍ଷ ୬୫ ହଜାର ଟଙ୍କା ସଂଗ୍ରହ କରି ଚୌଦ୍ୱାର ଫେରୁଥିଲେ!!*ବାଇକ୍ରେ ସେମାନେ ଫେରୁଥିବା ସମୟରେ ମଙ୍ଗୁଳି ଠାରେ ଥିବା ରେଲୱେ ଓଭରବ୍ରିଜ୍ ନିକଟରେ ୨ ଜଣ ଦୁର୍ବୃତ୍ତ ଏକ ପଲ୍ସର୍ରେ ଆସି ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲେ । ଫଳରେ ବ୍ୟାଙ୍କ କର୍ମଚାରୀ ଦ୍ୱୟ ତଳେ ପଡ଼ିଯିବାରୁ ତାଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇଯାଇଥିଲେ । ଏନେଇ ବ୍ୟାଙ୍କ ପକ୍ଷରୁ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଗତ ଏକ ବର୍ଷ ମଧ୍ୟରେ ଉକ୍ତ ବ୍ୟାଙ୍କରୁ ୪ ଥର ଲୁଟ୍ ହୋଇଥିବାବେଳେ ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି!!*