-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||     

HOME   ଜିଲ୍ଲା

ପାଟଣାଗଡ ବ୍ଲକ ଜେ ଇ ହତ୍ୟାକାଣ୍ଡ ଘଟଣା, ଅନ୍ଧlରରେ ବାଡ଼ି ବୁଲlଉଛି ପୋଲିସ, ବନକା ବିହାରର

10-May-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ )  ଗତ ୫ ତାରିଖ ଦିନପ୍ରାୟ ୧୧ ଟାରୁ ୧୨ ମଧ୍ୟରେ ପାଟଣାଗଡ- ଯୋଗୀମୁଣ୍ଡା ମୁଖ୍ୟରାସ୍ତାର ବନକାବିହରଛକରୁ ଛକରୁ ଖୋଜଖବର ମିଳୁ ନଥିବା ପାଟଣାଗଡ ବ୍ଲକ୍ ର କନିଷ୍ଠଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହକୁ  ତାଙ୍କ ମୋପେଡ୍ ସହିତ ଛକଠାରୁ ପ୍ରାୟ ୨ କିମି ଦୂରସ୍ଥ ଷୋଳବନ୍ଧ ପଞ୍ଚାୟତର ବନକାବିହର ଗ୍ରାମର ରାସ୍ତାରୁ ପ୍ରାୟ ୫୦୦ ମିଟରର ଏକ ଡୁଙ୍ଗୁରିତଳର କପାକ୍ଷେତରୁ ପରଦିନ ଛେଳିଚରାଳୀଙ୍କଠାରୁ ଖବରପାଇ ପାଟଣାଗଡ ପୁଲିସ୍ ଉଦ୍ଧାର କରିବା ହତ୍ୟାମାମଲାର ଛଅଦିନପରେ ବି ଏଯାଏଁ  କୌଣସି ସୁରାକ୍ ମିଳିପାରିନାହିଁ ।  ପୁଲିସ୍ ଏକ ମାମଲା ଋଜୁ କରି ତଦନ୍ତ ଚଳାଇଥିବା ବେଳେ ବଲାଙ୍ଗୀରରେ ଶବ୍ଦବ୍ୟବଚ୍ଛେଦ କରାଇ ରିପୋର୍ଟ ଆସି ନଥିବା କହୁଛି । ମୃତ ଜେଇଙ୍କର ଘର କଟକ ଜିଲ୍ଲାର ନିଆଳି ଅଞ୍ଚଳରେ ଓ ଖବରପାଇ ସେଠାରୁ ତାଙ୍କ ଆତ୍ମୀୟ୍ବଜନମାନେ ପହଞ୍ଚି ବଲାଙ୍ଗୀର ଏସ୍ ପିଙ୍କୁ ସେ ଠିକାକାମରେ ପିସି ନେଉ ଥିବା ଓ ମିଥ୍ୟାବିଲ୍ ପାଇଁ ଚାପ ପକାଇ ମାନି ନଥିବା ଇତ୍ୟାଦି କାରଣ ନିମନ୍ତେ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ ବ୍ୟକ୍ତ କରିଛନ୍ତି । ପାଟଣାଗଡ ଯନ୍ତ୍ରୀସଂଘ ପକ୍ଷରୁ ମଧ୍ୟ ଏସ୍ ପିଙ୍କୁ ଏହାର ଉଚିତ୍ ତଦନ୍ତ ସକାଶେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହାପରେ ପାଟଣାଗଡ ବ୍ଲକ୍ ର ସମସ୍ତ କର୍ମଚାରୀମାନେ ଏକ ବୈଠକରେ କାର୍ଯ୍ୟବନ୍ଦର ଚେତାବନୀ ଦେଇ ଜିଲ୍ଲାପାଳଙ୍କୁ ଅବଗତି କରିବା ସହିତ ସେମାନଙ୍କର ରାଜ୍ୟସଂଘ ଡିଜିପିଙ୍କୁ ଭେଟି ମାମଲାର ତଦନ୍ତ ନିମନ୍ତେ ଦାବି କରିବାକୁ ପ୍ରସ୍ତୁତ ହେଉଥିବା ପ୍ରକାଶ । ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଅଦ୍ୟାବଧି ତଦନ୍ତକାରୀ ପୁଲିସ୍ ର ହାତ ଖାଲି ରହିଛି । କେତେକଙ୍କୁ ପୁଲିସ୍ ଆଣି ଭିତିରିଆ ଜେରା କରିଥିବା ଶୁଣାଯାଇଥିବାବେଳେ , ଏ ସମ୍ପର୍କରେ ପୁଲିସ୍ ମୁହଁ ଖୋଲୁନାହିଁ । ଏହାପଛରେ ରାଜନୈତିକ ଚାପ ବା ପ୍ରଭାବ ରହିଥିବା ମଧ୍ୟ ଅନୁମାନ କରାଯାଉଛି । 

ମୁଖ୍ୟରହସ୍ୟ ହେଲା , ରାସ୍ତାଘାଟ ନଥିବା ସେଭଳି ଏକ ନିଛାଟିଆ ସ୍ଥାନକୁ ତାଙ୍କର ମୋପେଡ୍ ଓ ମୃତଦେହ ଗଲା କିପରି  ?  ଏପରିକି ସାମ୍ବାଦିକଙ୍କୁ ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା  ' ସେଠିକୁ ମୃତଦେହ କିପରି ଗଲା ? ' ବୋଲି ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା କୌତୁହଳଜନକ କଥା  ! ପୁଲିସ୍ ର କାର୍ଯ୍ୟକଳାପ ଓ ତଦନ୍ତରେ କାଳକ୍ଷେପଣ ବିରୋଧରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।ଘଟଣାରୁ ପ୍ରକାଶ ଯେ ,  ସେଦିନ ସେ ଦିନ ପ୍ରାୟ ୧୦ଟାରେ ପାଟଣାଗଡ ବ୍ଲକ୍ ନିକଟସ୍ଥ ତାଙ୍କ ଭଡାଘରୁ ବାହାରି ତାଙ୍କର ପୁରୁଣା ମୋପେଡ୍ ରେ ଯୋଗୀମୁଣ୍ଡାରେ ହାଇସ୍କୁଲରେ ଚାଲିଥିବା 5T କାମର ତଦାରଖ କରିବାକୁ ଯାଇ ସେଠାରେ ଫଟୋ ଉଠାଇ ପ୍ରାୟ ୧୧ ଟାବେଳକୁ ବନକାବିହର ଛକରେ ପହଞ୍ଚିଥିବାର ସିସି ଟିଭି ରେକର୍ଡ ରହିଛି । ଏହାପରେ ତାଙ୍କର ଷୋଳବନ୍ଧ ପଞ୍ଚାୟତଦେଇ ଅନ୍ୟ ଏକ ପଞ୍ଚାୟତକୁ ଯିବାରଥିଲା ବୋଲି ଶୁଣାଯାଇଛି । ତେବେ ବନକାବିହର ଗ୍ରାମ ନିକଟସ୍ଥ ସେଇ ଗାଁ'ର ଇଲାକାର ଏକ ଛୋଟରାସ୍ତାରୁ କିଛିଦୂରରେ ବାଟଘାଟ ନଥିବା ଏକ ପାହାଡିଆ କପାଆଟରେ ତାଙ୍କର ମୋପେଡ୍ ସହ ମୃତଦେହ ମିଳିଥିଲା । ମୋପେଡ୍ ଟି କପାକ୍ଷେତର ଭିତରେ କିଆରୀର ଆଡିରେ ଡେରାହୋଇଥିବା ଅବସ୍ଥାରେ ରହିଥିବାବେଳେ ତାଙ୍କ ମୃତଦେହଟି ଉପରକୁ ମୁହଁକରି ଗୋଟିଏ ଗୋଡ ଆରଗୋଡଉପରେ ଲଦାଯାଇ ଶୁଆଇ ଦିଆଯାଇଥିବା ଭଳି ପଡିଥିଲା । ତାଙ୍କ ପାଦରେ କ୍ରସର୍ ବା ନଳକୂଅ ଖୋଳାବେଳର ବାହାରୁଥିବା ଧଳାପଥରଗୁଣ୍ଡ ପରି ଗୁଣ୍ଡା ଲାଗିଥିଲା ଓ ତାଙ୍କର ଚପଲଦୁଇଟି ପାଦପାଖରେ ଉପରକୁ ଉପର ସଜାହେଇଥିଲାପରି ରଖିଦିଆଯାଇଥିଲା । ନାକ ଓ ମୁହଁରୁ ରକ୍ତ ବାହାରୁଥିଲା ଓ ଏପରିକି ଶବ ଉଦ୍ଧାରବେଳେ ବଜବଜ ରକ୍ତ ବାହାରିଥିବା ଦେଖାଯାଇଥିଲା  ।  ହାତ , ଗୋଡ , ବେକମୂଳ ଓ ପିଠିର ଚମ ଛାଡିଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ତାଙ୍କ ପକେଟ୍ ରେ ଥିବା ତାଙ୍କ ମୋବାଇଲ୍ ଫୋନ୍ ଟି ବାରମ୍ବାର ରିଂ ହେଉଥିଲା । ପରେ ବ୍ୟବଚ୍ଛେଦବେଳେ ଉପସ୍ଥିତଥିବା କେତେକଙ୍କ କହିବାନୁଯାୟୀ ,

ତାଙ୍କର ଅଣ୍ଡକୋଷ ମଧ୍ୟ ଫୁଲିଯାଇଥିଲା । ଉପରୋକ୍ତ କାରଣରୁ ତାଙ୍କୁ ବନକାବିହର ଛକରୁ ଅପହରଣ କରିନିଆଯାଇ ହାତଗୋଡ ବାନ୍ଧି କୌଣସିଠାରେ ରଖି ହତ୍ୟା କଲାପରେ ରାତିରେ ଟ୍ରାକ୍ଟର ବା କୌଣସି ଗାଡିରେ ଆଣି ଏଠାରେ ଫିଙ୍ଗିଦିଆଯାଇଥିବା ଚର୍ଚ୍ଚା ହେଉଛି ।  ଆହୁରି ମଧ୍ୟ ଏ ସମ୍ପର୍କରେ ଭିନ୍ନ ଭିନ୍ନ ଚର୍ଚ୍ଚା ପ୍ରକାଶ ପାଇ ଆସୁଛି ।  ଏଥି ମଧ୍ୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଚର୍ଚ୍ଚାରୁ ତାଙ୍କଠାରୁ ୪ ଜଣ ଠିକାଦାର ୨ ଲକ୍ଷ ୨୦ ହଜାର ଟଙ୍କା ହାତଉଧାରୀ ନେଇ ଫେରାଉ ନଥିବା , ତା' ମଧ୍ୟରେ ଜଣେ ଲକ୍ଷେ କୋଡିଏ ହଜାର ନେଇଥିବା , ସେ ବହୁ ବିଲ୍ ମାସ ମାସ ଧରି କରୁ ନଥିବା , ଏପରିକି ଜଣେ କ୍ଷମତାଶାଳୀନେତାଙ୍କ ଚାପ ସତ୍ତ୍ୱେ କରି ନଥିବା ଇତ୍ୟାଦି ଅନ୍ୟତମ । ତେବେ ସେ ଜଣେ ଅପେକ୍ଷାକୃତ ସଚ୍ଚୋଟ ଜେଇ ଥିବା ଓ କୌଣସିମତେ ମିଥ୍ୟାବିଲ୍ ବା ନିମ୍ନମାନର କାମ ଇତ୍ୟାଦି ଅନ୍ୟାୟକୁ ଆଦୌ ପ୍ରଶୟ ଦେଉ ନଥିବା ଓ  ନିରାଡମ୍ବର ସାଦାସିଧା ଜୀବନଯାପନ କରୁଥିବା ଯନ୍ତ୍ରୀ ଥିଲେ ଇତ୍ୟାଦି କୁହାଯାଉଛି ।

ଉକ୍ତଦିନ ସେ ଯୋଗୀମୁଣ୍ଡା ହାଇସ୍କୁଲରେ ଚାଲିଥିବା 5T ହାଇସ୍କୁଲ କାମର ତଦାରଖକରିବାକୁ ଯାଇଥିବା ଓ  ତହିଁର ଫଟୋ ଉଠାଇ ପିଡିଙ୍କୁ ଦେବାକୁ ଆଣି ଫେରୁଥିବା କୁହାଯାଉଛି ।  ଶୁଣିବାକୁ ମିଳେ ଯେ , ପୂର୍ବରୁ ଏହିକାମରେ କମ୍ପ୍ଲେନ୍ ହେବାରୁ ଠିକାଦାର ବଦଳାଯାଇଥିଲା ଓ ଦୀର୍ଘ ପ୍ରାୟ ଛଅ / ସାତମାସ ହେଲା ରନିଂବିଲ୍ ମଧ୍ୟ କରାଯାଉ ନଥିଲା । ନିୟମାନୁଯାୟୀ , ଏବର ଏହିସବୁ କାମ ବିଭାଗୀୟ ଅର୍ଥାତ୍ ଉକ୍ତ ଜେଇଙ୍କ ନାମରେ କାର୍ଯ୍ୟାଦେଶ ହୋଇଥିଲେ ହେଁ , ପ୍ରାୟତଃ ରାଜନୈତିକ ଲୋକମାନଙ୍କ ମଧ୍ୟରେ ଏହାର ଠିକା ବଣ୍ଟନ ହୋଇଥାଏ । ଏଣୁ ଜେଇଙ୍କ ହତ୍ୟାର ସନ୍ଦେହ ମଧ୍ୟ ଏହି ସ୍କୁଲ୍ କାମର ଠିକାଦାରଙ୍କ ଆଡକୁ ଅଙ୍କୁଳି ନିର୍ଦ୍ଦେଶ କରାଯିବା ସ୍ବାଭାବିକ୍ । କିନ୍ତୁ ଏହାର କୌଣସି ତଥ୍ୟପ୍ରମାଣ ଏଯାଏଁ ମିଳିପାରିନାହିଁ । ଗଣମାଧ୍ୟମରେ ମଧ୍ୟ ଉପରୋକ୍ତ କଳ୍ପନାଜଳ୍ପନା ଜାରୀ ରହିଆସିଛି ।

ତେବେ ବନକାବିହର ଛକରେ ଦୃଷ୍ଟି କେନ୍ଦ୍ରିତ କଲେ ଅନ୍ୟ ଯେଉଁ ଦିଗଟି ସନ୍ଦେହର ପରିଧିକୁ ଆସୁଛି , ତାହାହେଲା , ସେଇ ଛକରୁ   ବନକାବିହର ଗାଁକୁ ଆସିଥିବା ରାସ୍ତାର ଏକ ସମ୍ବାବନାର କଥା ।  ସେଇବାଟଦେଇ ଜେଇ ଜଣକ ଷୋଳବନ୍ଧ ପଞ୍ଚାୟତ ଓ ସେଠାରୁ ଅନ୍ୟ ପଞ୍ଚାୟତକୁ ଆସିବାର ବାଲିପଟାହାଇସ୍କୁଲ ପଛପଟ ଦେଇ ଏକ ସର୍ଟକଟ୍ ରାସ୍ତା ବାଛିଥିଲେ କି  ? ଯଦି ଉକ୍ତଦିନ ବନକାବିହର ଛକରେ କେତେକଙ୍କ ସହିତ ତାଙ୍କର ବଚସା ହୋଇଥିବା କଥାର ସତ୍ୟତା ରହିଛି , ତା'ହେଲେ ସେମାନେ କିଏ ହୋଇପାରନ୍ତି  ?  

ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ , ଉକ୍ତ ଜେଇଙ୍କ ଅଧିନସ୍ଥ ବନକାବିହର ଗ୍ରାମର ' ମୋ ଖଳା ' ର ଲେ- ଆଉଟ୍ ଦିଆଯିବାକୁ ନେଇ ପୂର୍ବରୁ ବିବାଦ ରହିଆସିଥିଲା । ଏପରିକି କିଛିଦିନତଳେ ଉକ୍ତ ଜେଇଙ୍କ ଭଡାଘରକୁ ଯାଇ ଦିନେ ଦଳେ ଲୋକ ପାଟିତୁଣ୍ଡ କରିଥିଲେ । ଏହି ' ମୋ ଖଳା ' ଲେ- ଆଉଟ୍ ନିମନ୍ତେ ଗ୍ରଗ ଦୁଇଟି ଗୋଷ୍ଠୀ ମଧ୍ୟରେ ମଧ୍ୟ ବିବାଦୀୟ ପରିସ୍ଥିତି ଘଟି ଥାନାରେ ଏତଲା ଦିଆଯାଇଥିଲା । ଯାହାକି ଏବେ ଗ୍ରାମବାସୀ ବା ପୁଲିସ୍ ଅସ୍ବୀକାର କରନ୍ତି । 
ତେବେ ଯଦି ଏହା ସତ୍ୟ ହୋଇଥାଏ ,  ଉକ୍ତଦିନ ଜେଇଜଣକ ସେଥିର କୌଣସି ଗୋଷ୍ଠୀର ହାବୁଜରେ ପଡିଯାଇଥାଆନ୍ତି  ଓ ବଚସାବେଳେ ତା' ମଧ୍ୟରୁ କେହି କେହି ହଠାତ୍ ନିୟନ୍ତ୍ରଣ ହରାଇ ଜେଇଙ୍କୁ ଆକ୍ରମଣ ପୂର୍ବକ ତାଙ୍କ ମୁହଁ ଓ ଅଣ୍ଡକୋଷକୁ  ମୁଷ୍ଟି ଓ ମୁଥରେ ପ୍ରଚଣ୍ଡ ଆଘାତ କରୁ କରୁ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଯାଇଥାଏ , ସେମାନେ ତାଙ୍କ ମୋପେଡ୍ ଓ ମୃତଦେହକୁ ସେଇ ନିକଟସ୍ଥ କପାକ୍ଷେତକୁ ନେଇ ଫିଙ୍ଗିଦେଇଥିବା ସନ୍ଦେହ କରାଯାଇପାରେ କି  ?

ତେବେ ଏହାର ସତ୍ୟତା ପ୍ରମାଣସିଦ୍ଧ ନୁହେଁ । ଏକ ଦିଶାହୀନ ତଦନ୍ତକୁ ଦିଗନିର୍ଣୟ ସକାଶେ ଏକ ଜଘନ୍ୟ ନରହତ୍ୟାମାମଲାର ସତ୍ୟୋଦ୍ ଘାଟନ ଉଦ୍ଦେଶ୍ୟରେ ଏକ ତର୍ଜମା ମାତ୍ର । ଏଭଳି ସମ୍ଭାବନାକୁ ସମ୍ପୃକ୍ତ ବନକାବିହର ଗ୍ରାମବାସୀ ଅସ୍ବୀକାର କରନ୍ତି । ତେବେ ତଦନ୍ତକାରୀ ପୁଲିସ୍ ଏଦିଗରେ ତଦନ୍ତକରି ଯଦି ସଫଳ ହୋଇପାରେ , ଅନ୍ଧାରରେ ବାଡି ବୁଲାଇବା ଅପେକ୍ଷା ତାକୁ ଏକ ଦିଗ ମିଳିଯାଇପାରେ । ବିଭାଗୀୟ ବ୍ଲକ୍ କର୍ତ୍ତୃପକ୍ଷ ତାଙ୍କ ବ୍ଲକ୍ ରେ ଚାଲିଥିବା ମୋ ଖଳା କାର୍ଯ୍ୟକ୍ରମର ସ୍ପଷ୍ଟୀକରଣ ଦେବା ମଧ୍ୟ ଆବଶ୍ୟକ ।

 ଉଲ୍ଲେଖଯୋଗ୍ୟ ଯେ , ମୃତଦେହର ପାଦତଳେ ଲାଗିଥିବା ଧଳାଗୁଣ୍ଡ ସଂପ୍ରତି ସେହି ଅଞ୍ଚଳରେ ଚାଲିଥିବା ଡିପ୍ ବୋର୍ଉଏଲ୍ ର ହେଇଥାଇପାରେ । ସେହିପରି ଦେହର ଚମଛଡା ଆଘାତ ସନ୍ ବର୍ଣ୍ଣ ହୋଇଥାଇପାରେ ବୋଲି ଚର୍ଚ୍ଚାରୁ ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026
  ଜିଲ୍ଲା  
ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   13-Oct-2026
  ଜିଲ୍ଲା  
ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   13-Oct-2026
  ଜିଲ୍ଲା  
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   13-Oct-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026

You Might Also Like