-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
କଲାହାଣ୍ଡି, (ପ୍ରେରଣା ଖବର) : ଆବାସ ଯୋଜନାରେ ଘର ଦେବା ବଦଳରେ ରାତି ବିତାଇବାକୁ ଯୁବତୀଙ୍କୁ ସରପଞ୍ଚ ଚାପ ପ୍ରୟୋଗ କରିଥିଲେ। ଏହି ଘଟଣାରେ ସରପଞ୍ଚଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍। କଳାହାଣ୍ଡି ଜିଲ୍ଲା ମଦନପୁର- ରାମପୁର ଥାନା ସାଲେପାଲି ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା!! ସରପଞ୍ଚଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ ସେହି ଅଞ୍ଚଳର ଜଣେ ଯୁବତୀ। ଆବାସ ଯୋଜନାରେ ଘର ଦେବା ବଦଳରେ ଶାରୀରିକ ସଂପର୍କ ରଖିବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲେ ସରପଞ୍ଚ। ସରପଞ୍ଚଙ୍କ ସହ ଯୁବତୀ ଫୋନ୍ରେ କଥାବାର୍ତ୍ତାର ଅଡିଓ କଲ ମଧ୍ୟ ହସ୍ତଗତ ହୋଇଥିଲା। ଅଡିଓ କଲ ଆଧାରରେ ମ. ରାମପୁର ପୋଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି!!*