-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
କନ୍ଧମାଳ,(ପ୍ରେରଣା ଖବର) - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଗୋଛାପଡା ପୁଲିସ ପୁଣି ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ତାଠାରୁ ଏକ ବାଇକ ଓ ୩୨ କିଲୋ ଗଞ୍ଜେଇ ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗୋଛାପଡା ଥାନା ତାମ୍ବିସୁଖା ସୁନାମୁଦି ପୋଲ ପାଖରେ ବିଳମ୍ବିତ ରାତ୍ରରେ ଏହି ଗଞ୍ଜେଇ ମାଫିଆକୁ ଗାଡି ଓ ଗଞ୍ଜେଇ ସହ ଗିରଫ କରିଛନ୍ତି। ଗିରଫ ଗଞ୍ଜେଇ ମାଫିଆ ଜଣକ ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମର ମଦନ ଦିଗାଳ। ଏହି ସକ୍ରାନ୍ତରେ ପୁଲିସ ୯୦ା୨୦ରେ ଏକ ମାମାଲା ରୁଜୁ କରି ସମ୍ପୃକ୍ତ ଗଞ୍ଜେଇ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।