-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ରାଜ୍ୟ

ଶ୍ରମଦିବସର ଦିନକପରେ ଟାଣଖରାରେ କାମକରି ଇଟାଭାଟିରେ ଦାଦନଶ୍ରମିକ ମୃତ, ତେଲେଙ୍ଗାନାରୁ ବେଲପଡାକୁ ଆମ୍ବୁଲାନ୍ସରେ ଆସିଲା ଶବ । ଚପାଇ ଦେବାକୁ ସର୍ଦ୍ଦାରର ଧମକ । ଓଡିଶା ସରକାର ଓ ପୁଲିସ୍ , ଶ୍ରମବିଭାଗ , ବଲାଙ୍ଗର ପ୍ରଶାସନ ନୀରବ !

04-May-2022



ବଲାଙ୍ଗୀର!/ବେଲପଡ଼ା:(ମଳୟ ମିଶ୍ରଙ୍କ ରିପୋର୍ଟ): ବଲାଙ୍ଗୀର ଜିଲ୍ଲାର ଦାଦନଶ୍ରମିକ ରାଜ୍ୟ ବାହାରକୁ ଯାଇ  ନିର୍ଯ୍ୟାତିତ  ହୋଇ ଅକାଳ ମୃତ୍ୟୁମୁଖରେ ପଡିବା ଘଟଣା ଅବ୍ୟାହତ ରହିଛି । ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଥିବା ସହ ଗଣମାଧ୍ୟମରେ ଲୋଚନକୁ ଆସିଥିଲେ ହେଁ ବେଲପଡା ପୁଲିସ୍, ବଲାଙ୍ଗୀର ଶ୍ରମବିଭାଗ ବା ବଲାଙ୍ଗୀର ଜିଲ୍ଲାପ୍ରଶାସନ ନୀରବ ରହିଛି ।  ଦୁଇଦିନ ତଳେ ଜିଲ୍ଲା ଶ୍ରମ ଉପାୟୁକ୍ତଙ୍କ କାର୍ଯ୍ୟାଳୟରେ ଶ୍ରମିକ ଦିବସ ପାଳନ କରିଥିବା ଜିଲ୍ଲା ପ୍ରଶାସନର ଏ ସମ୍ପର୍କରେ ଖବର ସୁଦ୍ଧା ନାହିଁ । 

ପ୍ରାପ୍ତ ସୂଚନାନୁସାରେ , ଗତ ସୋମବାର ଦିନ ତେଲେଙ୍ଗାନାର ଉଆର୍ଙ୍ଗେଲ୍ ଅଞ୍ଚଳର ଏକ ଇଟାଭାଟିରେ ଓଡିଶାର ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଯୁବା ପଞ୍ଚାୟତର ଯୁବା ଗ୍ରାମର ନକୁଳ ଧରୁଆ ନାମକ ଜଣେ ଦାଦନଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ସହ ଖଲିପଥରର ମହିନ୍ଦ୍ର ସୁନା ନାମକ ଦାଦନ ସର୍ଦ୍ଦାରଠାରୁ ୧ .୬ ଲକ୍ଷ ଟଙ୍କା ଅଗ୍ରୀମ ନେଇ ଇଟା ଗଢିବାକୁ ଯାଇଥିଲେ । 

ତାଙ୍କ ପୁଅ ଜଗତ ସୁନା କହିବାନୁଯାୟୀ, ଇଟାଭାଟି ମାଲିକ ସେମାନଙ୍କୁ ଟାଣଖରାରେ କାମ କରିବାକୁ ବାଧ୍ୟ କରିବା ସହ ନିର୍ଯାତନା ଦେଉଥିଲା । ଗତ ସୋମବାର ଦିନ ନକୁଳ ଟାଣଖରାରେ କାମ କରୁଥିବାବେଳେ ଅଚେତ ହୋଇପଡ଼ିଲେ । ପରିବାର ଲୋକେ ମାଲିକକୁ ଜଣାଇଥିଲେ ହେଁ, ସେ ଶୁଣି ନଥିଲେ । ପରିବାର ପକ୍ଷରୁ ତାଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସର୍ଦ୍ଦାର ସେମାନଙ୍କୁ ଏକ ଆମ୍ବୁଲାନ୍ସରେ ଘରକୁ ପଠେଇଦେଇଥିଲା । ଏହା କାହାକୁ ନ କହିବାକୁ ସର୍ଦ୍ଦାର ତାଙ୍କ ପରିବାର ଉପରେ ଚାପ ପକାଉଥିବା ପ୍ରକାଶ ।

ତେବେ ଏଠାରେ କଥା ଉଠିଛି, ବଲାଙ୍ଗୀର ଜିଲ୍ଲାରେ ଦାଦନ ଚାଲାଣ ନ ହେବାକୁ ଜାତୀୟ ଶ୍ରମଭିତ୍ତିକ ଯୋଜନା ମନରେଗା ଚାଲିଥିବା ବେଳେ ଏଠାରୁ ରାଜ୍ୟ ବାହାରକୁ କାମଧନ୍ଦା ଅନ୍ବେଷଣରେ ଶ୍ରମିକମାନେ ସପରିବାର ଯାଉଛନ୍ତି କିପରି  ?  ଏହାର ଦାୟିତ୍ୱରେ ଥିବା ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାଧିକାରୀମାନେ କରୁଛନ୍ତି କ'ଣ  ?   ଶ୍ରମବିଭାଗ ଅବଗତ ରହିଛି କି ଏହି ମୃତ ଦାଦନ ଶ୍ରମିକଙ୍କ ପରିବାରକୁ କେଉଁ ସର୍ଦ୍ଦାର କିପରିଭାବେ ରାଜ୍ୟ ବାହାରକୁ କେବେ ପଠେଇଥିଲା  ?  ଉକ୍ତ ସର୍ଦ୍ଦାରର ଶ୍ରମିକଚାଲାଣର ଲାଇସେନ୍ସ ଅଛି କି ? ଏହି ମୃତ ଦାଦନଶ୍ରମିକଙ୍କୁ ପଠାଇଲାବେଳେ ବିଧିବଦ୍ଧ ଭାବରେ ତାଙ୍କର ଜୀବନବୀମା, କାମକରିବାର ଚୁକ୍ତିନାମା, ସ୍ଥାନୀୟ ଥାନାପୁଲିସ୍ ର ମୁଭମେଣ୍ଟ ଅର୍ଡର ଆଦି ଥିଲା କି  ?  ସର୍ବୋପରି ତାଙ୍କର ମୃତ୍ୟୁ ପାଇଁ କିଏ ଦାୟୀ ହେବ  ? ସରକାରଙ୍କ ପକ୍ଷରୁ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡବିଧାନ ସହ ଏହି ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କ ଅକାଳ ବିୟୋଗରେ ଅନାଥ ପରିବାରଟିକୁ କ୍ଷତିପୂରଣ ଦେବାଦିଗରେ ସ୍ଥାନୀୟ ସରପଞ୍ଚ, ଡିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ବିଧାୟକ, ସାଂସଦ ଦୃଷ୍ଟି ଦେବେ କି ? ଆହୁରି ମଧ୍ୟ ସୁଲେକେଲା ପଞ୍ଚାୟତର ଆଉ ଜଣେ ଦାଦନ ଶ୍ରମିକଙ୍କର ମୃତଦେହ ଆନ୍ଧ୍ରରୁ ଫେରିଥିବା ଖବର ମିଳିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like