-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ବଲାଙ୍ଗିର(, ପ୍ରେରଣା ଖବର) :ବଲାଙ୍ଗିର ସିଭିଲ କୋର୍ଟର ବରିଷ୍ଠ ଟାଇପିଷ୍ଟ ଶିବରାମ ପଣ୍ଡାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିବା ପରିପେକ୍ଷୀରେ ଵିଚାର ବିଭାଗୀୟ ସଂଘ ତରଫରୁ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ବଲାଙ୍ଗିର ଜିଲ୍ଲା ଜଜ ଶ୍ରୀ ଲୋକନାଥ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶ୍ରୀ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଉକ୍ତ ସଭାରେ ସମସ୍ତ ଵିଚାର ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଯୋଗଦାନ କରିଥିଲେ l ଏହି ସଭାକୁ ବରିଷ୍ଠ କର୍ମଚାରୀ ଦୂତିଆ ଦେହୁରୀ ସଂଯୋଜନା
କରିଥିଲେ ଏବଂ ଜିଲ୍ଲା କୋର୍ଟ ସିରସ୍ତାଦର ରାଜେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ଜଜ ଶ୍ରୀ ଲୋକନାଥ ମହାପାତ୍ର ଉଦବୋଧନ ଦେଇ ସମସ୍ତ କର୍ମଚାରୀ ଶୃଙ୍ଖଳିତ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବାକୁ ପରାମର୍ଶ ଦେଇଥିଲେ l ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ଅମିତ ବାରିକ ଶ୍ରୀ ପଣ୍ଡା ଙ୍କ ଅବସର ଗ୍ରହଣର ପରବର୍ତ୍ତୀ ଜୀବନ ସୁଖମୟ ହେବାର ଶୁଭ କାମନା କରିଥିଲେ l ସଭା କାର୍ଯ୍ୟକୁ ସମ୍ପାଦକ ଆଶିଷ ଥାନାପତି, କୋଷାଧ୍ୟକ୍ଷ ଆକାଶ ତ୍ରିପାଠୀ ଉପସଭାପତି ଲଷ୍ମୀ ସିଂ, ଯୁଗ୍ମ ସମ୍ପାଦକ ଶ୍ରଦ୍ଧାଞ୍ଜଳି ମେହେର ପ୍ରମୁଖ ପରିଚାଳନା କରିଥିଲେ l