-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ଖପ୍ରାଖୋଲ (ବେଦବର ଛତ୍ରୀଆ)- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତରେ ଆଜି ଥଣ୍ଡା ଜଳ ଯୋଗାଣ ଉଦଘାଟନ ହୋଇଯାଇଛି।ଏହାର ଶୁଭ ଉଦ୍ଘାଟନ କରିଥିଲେ ନବନିର୍ବାଚିତ ସରପଞ୍ଚ ଉମାକାନ୍ତ ମେହେର। ସୂଚନା ଅନୁଯାୟୀ ଲୋକେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ପିଇବା ପାଇଁ ହନ୍ତସନ୍ତ ହୋଇ ଅଶୁଦ୍ଧ ପାଣିକୁ ବ୍ୟବହାର କରି ବିଭିନ୍ନ ସମୟରେ ସଂକ୍ରମଣ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥାନ୍ତି।ସେଥିପାଇଁ ନବ ନିର୍ବାଚିତ ସରପଞ୍ଚ ନିଜର ମହାନତା ଦେଖାଇ ଏହିପରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।ପଂଚାୟତର ସମସ୍ତ ୱାର୍ଡ ରେ ଏହି ଫ୍ରିଜ୍ ଲାଗିବ ବୋଲି ସରପଞ୍ଚ ଉମାକାନ୍ତ କଥା ଦେଇଛନ୍ତି l ତାପମାତ୍ରାକୁ ଦେଖି ଯୋଉ ଗ୍ରାମରେ ପାନୀୟ ଜଳର ଅଭାବ ଅଛି ଘରକୁ ଘର ପାଣି ଯୋଗେଇ ଦେଉଛନ୍ତି।ଏହି ପରିପ୍ରେକ୍ଷୀରେ ସରପଞ୍ଚ ଉମାକାନ୍ତ ମେହେର, ନାଏବ୍ ସରପଞ୍ଚ ସମସ୍ତ ୱାର୍ଡ ର ୱାର୍ଡ ସଭ୍ୟ,ଗ୍ରାମ ସେବକ ଏବଂ ଯୁବ ସାମ୍ବାଦିକ ତଥା ମାନବ ପ୍ରେମୀ ବେଦବର ଛତ୍ରୀଆ ଉପସ୍ଥିତ ହୋଇଥିଲେ।ସରପଞ୍ଚ ଙ୍କ ଏଇଭଳି କାର୍ଯ୍ୟକୁ ଦେଖି ଅଞ୍ଚଳବାସୀ ବହୁତ ଧନ୍ଯବାଦ ଦେବା ସହିତ ଉତ୍ସାହିତ ହେଉଛନ୍ତି।।