-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ବିନିକା(ହିମାଂଶୁ ଶେଖର ପୁଟେଲ): ସୂର୍ଯ୍ୟଙ୍କ ତେଜସ୍ଵୀ ରଶ୍ମିରେ ବଡୁଥିବା ଉତ୍ତାପ କମିବାର ନା ଧରୁନାହି ବରଂ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ବିନିକାର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବାରୁ ଗ୍ରୀଷ୍ମର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁର ପ୍ରକୋପ ଜନଜୀବନକୁ ଆହୁରି ଇତସ୍ତତଃ କରିପକାଇଛି ।ଆଜି ଏହି ବ୍ଳକ ଅନ୍ତର୍ଗତ କୌଡ଼ିଆମୁଣ୍ଡା ଜଙ୍ଗଲରେ ଲାଗିଥିବା ନିଆଁକୁ ଜେନତେନ ପ୍ରକାରରେ ଅଗ୍ନିଶମ ବିଭାଗ କର୍ମଚାରୀ ଆୟତ୍ତ କରିଥିଲେ ।ନିଆଁରେ ବହୁ ଛୋଟବଡ ଗଛ ଗୁଡ଼ିକ ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି ।ସେହିପରି ଗଣେଶପୁର ତଳିପଡା ଠାରେ ଥିବା ଏକ ବାଉଁଶ ବଣରେ ଲାଗିଥିବା ନିଆଁ ଗ୍ରାମାଭିମୁଖି ହେଉଥିବାରୁ ଲୋକେ
ଭୟଭୀତ ଅବସ୍ଥାରେ ଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ । ଉତ୍ତାପରୁ ରକ୍ଷା ପାଇବା ପାଇଁ ବ୍ୟାପକ ଭାବରେ ବୃକ୍ଷରୋପଣ ସକାଶେ ସରକାର ପଦକ୍ଷେପ ନେଉଥିବା କହୁ ଥିବାବେଳେ ଏଠାରେ ଜଙ୍ଗଲ ବିଭାଗର ଉଦାସୀନତା ଯୋଗୁଁ ବୃକ୍ଷ ରୋପଣ ଗଛ ଗୁଡ଼ିକର ଯତ୍ନ ନିଆଯାଉନଥିବାରୁ ତାହା ବଡିବା ପୂର୍ବରୁ ନଷ୍ଟ ହେଉଛି ।କେବଳ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି । ତେଣୁ ଜଙ୍ଗଲ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ସନ୍ଦେହ ସୃଷ୍ଟି କରିଛି