-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
30-Apr-2022
ଖପ୍ରାଖୋଲ(ରିପୋର୍ଟ: ବେଦବର ଛତ୍ରୀଆ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଜମୁନାପାଲି ଗ୍ରାମର ଆଶା କର୍ମୀ ମହିମା ମହାନନ୍ଦଙ୍କୁ ଜାତିଆଣ ଆକ୍ଷେପ କରି ମାଡ ମାରିଥିବା ନେଇ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ସୂଚନାନୁସାରେ ମହିମା ମହାନନ୍ଦ ଯମୁନାପାଲି ର ଆଶା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସେ ଛୋଟ ଜାତି ବା ଅନୁସୂଚିତ ଜାତିର ହୋଇଥିବାରୁ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ଗାଁ ଲୋକଙ୍କୁ ଉସୁକେଇ ତାଙ୍କୁ ମିଥ୍ୟା ଅଭିଯୋଗ କରି ଆଶା କର୍ମୀ କାର୍ଯ୍ୟ ରୁ ବାରଣ କରିଥିଲେ।ଆଶା କର୍ମୀ ମହିମା ମହାନନ୍ଦ ଏହାପରେ ଖପ୍ରାଖୋଲ ଥାନାରେ ଏବଂ ହସ୍ପିଟାଲକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିଲେ ନାହିଁ। ଶେଷରେ ଆଶା କର୍ମୀ ଜଣକ ହାଇକୋର୍ଟ ର୍କ ଦ୍ୱାରସ୍ଥ ହୋଇ ବିଜୟ ବି ହେଲେ କିନ୍ତୁ ଗ୍ରାମର କିଛି ଖଳ ପ୍ରକୃତି ଲୋକ ପୁଣି ତାଙ୍କ ଉପରେ ଚାପ ସୃଷ୍ଟି କଲେ।ଜୀବନରେ ମାରି ଦେବାର ଧମକ ଦେଲେ।କିନ୍ତୁ କଥା ଏତିକି ରେ ସରିଲା ନାହିଁ lଶେଷ ରେ ଆଜି ସକାଳେ ଆଶା କର୍ମୀ ମହିମା ମହାନନ୍ଦ ଉପରେ ମରାଣନ୍ତକ ଆକ୍ରମଣ କରି ମାଡ଼ ମାରିଲେ।ହୋ ହାଲ୍ଲା ହେବା ପରେ ଗ୍ରାମର କିଛି ଲୋକ ଆସି ତାଙ୍କୁ ଉଦ୍ଧାର କରିଥିଲେ।ଏହି ଘଟଣା ପରେ ମହିମା ମହାନନ୍ଦ ଏଲ.ଡ଼ି.ଏ ସଂଗଠନ ସାହାଯ୍ୟ ରେ ଖପ୍ରାଖୋଲ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଛନ୍ତି। ଖପ୍ରାଖୋଲ ଆଇଆଇସି ରମାକାନ୍ତ୍ ସାହୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।