-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
30-Apr-2022
ଗଞ୍ଜାମ(ଭଗବାନ ପାଢୀ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ସର୍ବ ପୁରାତନ ଜଗତା ଘାଇ ମାରିଡି ର ପୁନଃରୁଦ୍ଧାର ଓ ଉନତି କରଣ ଲାଗି ବଡ ପଦକ୍ଷେପ ନେଲେ ଓଡ଼ିଶା ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ,ବହୁଦିନ ଧରି ୧୦ ରୁ ୧୨ ଗ୍ରାମର ଚାଷୀମାନେ ଏହି ଘାଇ ର ପୁନଃ ଉଦ୍ଧାର ପାଇଁ ଦାବି କରିଆସୁଥିଲେ ଏନେଇ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନଙ୍କୁ ଜଣାଇଥିଲେ lହେଲେ ବହୁଦିନ ପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଏହି ଘାଇ ଉପରେ ପଡିଛି, ଯାହାରି ଫଳରେ ଉନତିକରଣ
ପାଇଁ ଆଜି କବିସୂର୍ଯ୍ୟ ନଗର ବିଧାୟିକା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତ ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛିl ଏହାକୁ ଦୃଷ୍ଟିରେ ରଖି ବିଧାୟିକା ଙ୍କ ତତ୍ୱାବଧାନ ରେ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଓ କେନ୍ଦ୍ର ସରକାରଙ୍କ ବିଶ୍ୱ ବ୍ୟାଙ୍କ ସହାୟତା ରେ ଏହାର ପୁନଃ ଉଦ୍ଧାର କାର୍ଯ୍ୟକ୍ରମ ଯଥା ଶୀଘ୍ର କରାଯାଇ ଆଖପାଖ ଅଞ୍ଚଳର ସମସ୍ତ ଚାଷୀମାନେ ଏହାର ସୁଵିଧା ପାଇଁ ପାରିବେ ବୋଲି ମୁଖ୍ୟ ବିଭାଗୀୟ ଅଧିକାରୀ କହିଛନ୍ତି ।