-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଜିଲ୍ଲା

ଗୋଟିଏ ସରକାରୀ ବିଭାଗ : ଯେଉଁଠି ବେତନ ପାଆନ୍ତି ସର୍କାରୀ ତହବିଲରୁ , ଖଟନ୍ତି ଘରୋଇ ଚାକର ହେଇ

30-Apr-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) : ବୋଧହୁଏ ଏହି ଗୋଟିଏ ସରକାରୀ ବିଭାଗ ରହିଛି , ଯେଉଁ ବିଭାଗରେ କେତେକ କର୍ମଚାରୀ ସରକାରୀ ତହବିଲରୁ ବେତନ ପାଇ ଖଟୁଥା'ନ୍ତି ଅଫିସରଙ୍କ ଘରେ ଘରୋଇ ଚାକର ହେଇ  ।  ଇଏ ହେଲା ବନବିଭାଗ । ସରକାରଙ୍କ ଜ୍ଞାତସାରରେ ଏହି ଗୋତିଖଟଣି ବର୍ଷ ବର୍ଷ ଧରି ଚାଲି ଆସୁଛି ।  ଗଣମାଧ୍ୟମ ସମେତ ଲୋକପ୍ରତିନିଧିମାନେ ବି ଏହା ଜାଣିଛନ୍ତି ।  ପାରଳାଖେମୁଣ୍ଡି ଏସି ଏଫ୍ ସୌମ୍ଯରଞ୍ଜନଙ୍କ ମୃତ୍ୟୁବେଳେ ମଧ୍ୟ ଏହି ଘଟଣା ତଦନ୍ତକାରୀ ଓ ସମସ୍ତଙ୍କ ଦୃଷ୍ଟିକୁ ଅଫିସିଆଲି ଆସିଥିଲା ।  ଦୁଇଜଣ ଏସିଏଫ ଙ୍କ ରାନ୍ଧୁଣିଆ ଥିବା କର୍ମଚାରୀ ଜଣକ ଥିଲେ ଜଣେ ବନକର୍ମଚାରୀ ।  କେବଳ ଏତିକି ନୁହେଁ , ରାଜ୍ୟର ପ୍ରାୟ ସମସ୍ତ  ସିସିଏଫ୍ , କଞ୍ଜରଭେଟର , ଡିଏଫଓ , ଏସିଏଫ୍ , ଡେପୁଟି ରେଞ୍ଜର , ରେଞ୍ଜର , କେତେକ ଫରେଷ୍ଟର ଓ ଅନ୍ୟାନ୍ୟ ବନବିଭାଗ ତଥା କେନ୍ଦୁପତ୍ର ବିଭାଗର ବରିଷ୍ଠରୁ ଅନ୍ୟାନ୍ୟ ଅଧିକାରୀଙ୍କ ବାସଭବନ ବା ଘରେ ଏକାଧିକ ଉଆଚର୍ , ପାରା ଉଆଚର୍ , ହାତୀସ୍କ୍ବାଡ୍  କର୍ମଚାରୀ ,  ନିଆଁଲିଭାଳୀ , ସିଜନାଲ୍ ଷ୍ଟାଫ୍ , ନର୍ସରୀ ଉଆଚର୍ , ଚୌକିଦାର , ପିଅନ , ଗାର୍ଡ ଓ ଅନ୍ୟାନ୍ୟ ଅସ୍ଥାୟୀ କର୍ମଚାରୀମାନେ ସରକାରୀ ତହବିଲରୁ ବିଲ୍ ଭାଉଚରରେ ବେତନ ବା ପାଉଣା ପାଇ ଆସୁଥିବାବେଳେ ଘରୋଇଚାକର ଭାବେ ଖଟିଆସୁଛନ୍ତି । ଅଭିଯୋଗ କଲେ , ବିନା ନୋଟିସ୍ ରେ ଡିସ୍ ଏନଗେଜମେଣ୍ଟ୍ ବା କାମରୁ ନିକାଲି ଦିଆଯାଏ ।  କିଛିଦିନତଳେ ବଲାଙ୍ଗୀରରେ ଜଣେ ପୂର୍ବତନ କେନ୍ଦୁଲିଫ୍ କଞ୍ଜରଭେଟରଙ୍କ ବାସଭବନରେ ସାହାବଙ୍କ କାମୁଡା ରୋଗିଣା ବିଲାତିକୁକୁରକୁ ସେବା ନକରିବାରୁ ସାହେବ ଓ ସାହାବାଣୀ ଜଣେ ଉଆଚରକୁ ମାଡମାରି ବାହାର କରିଦେଇଥିବା ଅଭିଯୋଗ ପ୍ରକାଶ ପାଇଥିଲା । କିଛିବର୍ଷତଳେ  ଭୁତିଆରବାହାଲରେ ଅବସ୍ଥାପିତ ଜଣେ କେନ୍ଦୁପତ୍ର ରେଞ୍ଜରଙ୍କ ଘରତିଆରି କାମପାଇଁ ଏଠାରୁ ଏକାଧିକ ଏପରି ଅସ୍ଥାୟୀ କର୍ମଚାରୀଙ୍କୁ ପଠାଯାଇଥିବା ସେମାନଙ୍କ ସଂଘରେ ଅଭିଯୋଗ ହୋଇଥିଲା ।  ଏଇ କିଛିଦିନ ତଳେ ବନବିଭାଗର ବହୁଚର୍ଚ୍ଚିତ ଦୁର୍ନୀତିଗ୍ରସ୍ତ  ଆଇଏଫଏସ ପାଠକଙ୍କ ରାଜ୍ୟବାହାରର ସମ୍ପର୍କୀୟଙ୍କ ଘରକୁ ପଠାଯାଉଥିବା ସୋନପୁର ଉଲୁଣ୍ଡା ଅଞ୍ଚଳର ଜଣେ ଯୁବତୀ ଚାକରାଣୀର ବାରଙ୍ଗ ନିକଟରେ ଟ୍ରେନ୍ ରୁ ପଡି ରହସ୍ୟଜନକ ଭାବରେ ମୃତ୍ୟୁ ହୋଇଥିଲା । ଉକ୍ତ ଯୁବତୀଟି ମଧ୍ୟ ସମ୍ପୃକ୍ତ ଅଞ୍ଚଳର ଜଣେ ବିଭାଗୀୟ ସିଜନାଲ ଷ୍ଟାଫ୍ ଭାବରେ ଦର୍ଶାଯାଇ ବେତନ ଦିଆଯାଉଥିବା ଅସମର୍ଥିତ ସୂତ୍ରରୁ ପ୍ରକାଶ ପାଇଥିଲା । ଏଭଳି ଅନେକ ଋତୁକାଳୀନ  ଅସ୍ଥାୟୀ କର୍ମଚାରୀମାନେ ବିଭାଗୀୟ ସାହେବ ଅଫିସରଙ୍କ ଘରେ ରାନ୍ଧୁଥିବା , ବାସନକୁଶନ ମାଜିବା , ସାହାବାଣୀଙ୍କ ଲୁଗାକାଚିବା , ଘରକାମ କରିବା , ବିଲାତିକୁକୁରର ଯତ୍ନ ନେବା , ଛୁଆ ଖେଳାଇବା ଓ ଅନ୍ୟାନ୍ୟ ଘରୋଇ ଚାକରଭାବରେ ନିୟୋଜିତ ଥାଇ ସରକାରଙ୍କ ତହବିଲରୁ ପାଉଣା ପାଇଆସୁଛନ୍ତି । ଲାଠୋର ରେଞ୍ଜ୍ ରୁ ବଲାଙ୍ଗୀର ହେଡ୍ କ୍ବାର୍ଟର ପର୍ଯ୍ୟନ୍ତ ସବୁଠି ଏଇ ସାହେବୀଅର୍ଦ୍ଦଳୀଙ୍କର ସେବା ଜାରୀରହିଛି । 

ଅନ୍ୟାନ୍ୟ ବିଭାଗରେ ମଧ୍ୟ ଏଭଳି ବିଭାଗୀୟ ତଳିଆ କର୍ମଚାରୀଙ୍କ ଘରୋଇ ଚାକରସେବା ରହିଛି । ତେବେ ବନବିଭାଗରେ ଏହା ବେଶି । ଏଣୁ ବଲାଙ୍ଗୀର ବନବିଭାଗରେ ଜଙ୍ଗଲରେ ହାତୀମରା , ବନାଗ୍ନିରେ ଜଙ୍ଗଲ ଧ୍ବଂସ , ନର୍ସରୀରେ ଚାରା ନଷ୍ଟ  ଓ ଅନ୍ୟାନ୍ୟକାମରେ ସରକାରଙ୍କ ବେତନରେ ଅର୍ଥବିନିଯୋଗ ସତ୍ତ୍ୱେ କର୍ମଚାରୀଅଭାବ ଏକ ମୁଖ୍ୟ କାରଣ ବୋଲି ଜଣାଯାଇଛି । କର୍ମଚାରୀସଂଘମାନେ ମଧ୍ୟ ଏହା ବିରୁଦ୍ଧରେ ପାଟିଖୋଲନ୍ତି ନାହିଁ । ଏହି ସର୍କାରୀବେତନର ଘରୋଇ ଗୋତିଖଟଣି ଖଟୁଥିବା ଦୁଃସ୍ଥ ନିରୀହ ଅସ୍ଥାୟୀ କର୍ମଚାରୀମାନେ ସାହେବ , ସାହାବାଣୀ ଓ ତାଙ୍କ ପିଲାମାନଙ୍କର ଠାରୁ ମାଡଗାଳି , ଝିଙ୍ଗାସ ଖାଇ କେବେ ଦିନେ ଚାକିରୀ ନିୟମିତ ହେବାର ଦିବାସ୍ବପ୍ନରେ କପାଳକୁ ଆଦରି ପଡିରହିଥା'ନ୍ତି ଓ ଆକସ୍ମିକ ତଡାଖାଇ ବାହାରି ଯାଉଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like