-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ଜିଲ୍ଲା

ପ୍ରେମିକା ସାଜିଲା ଅନ୍ୟର ନାୟିକା, ସହି ନ ପାରି ପ୍ରେମିକ ଘଟାଇଲା ଏପରି କାଣ୍ଡ

29-Apr-2022



 ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ) , ଯାହାକୁ ଆଖି ବୁଜି ଭଲ ପାଉଥିଲା, ଯାହା ପ୍ରେମରେ ପାଗଳ ଥିଲା, ସିଏ ହିଁ ଦିନେ ପର ସାଜିଲା। ସାଙ୍ଗ ହୋଇ ଦେଖିଥିବା ସୁନେଲୀ ସ୍ୱପ୍ନ ସବୁ ବାସ୍ତବ ରୂପ ନେବା ଆଗରୁ ଧୂଳିସାତ ହୋଇଗଲା।  ନିଜ ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମିକକୁ ଅନ୍ୟ ପ୍ରେମରେ ପାଗଳ ହେବା ଦେଖି ସମ୍ଭାଳି ପାରିଲାନି ପ୍ରେମିକ। ଏପରିକି ନିଜ ପ୍ରେମରୁ ଶେଷ ସୁଯୋଗ ଦେବାକୁ ପ୍ରୟାସ କରି ମଧ୍ୟ ବିଫଳ ହେବା ପରେନ ହାରିଦେଲା ଜୀବନ । ଏମିତି  ହୃଦୟସ୍ପର୍ଶୀ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ପୁଇଁନ୍ତଲା ଗାଁରେ । ମୃତକ ହେଲେ ପୁଇଁନ୍ତଲା ଗାଁର ସଂଜୀବ ସୁନାଙ୍କ ୨୨ ବର୍ଷୀୟ ପୁଅ ପ୍ରତାପ ସୁନା ।
 ପ୍ରତାପଙ୍କର ନିକଟସ୍ଥ ଗାଁର ଜଣେ ଯୁବତୀଙ୍କ ସହ ପ୍ରାୟ ୨ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସୁଖଦୁଃଖରେ ପରସ୍ପର ପାଖରେ ଛିଡ଼ା ହେବାକୁ ଉଭୟ ନେଇଥିଲେ ଶପଥ। ସାତ ଜନ୍ମ ପରସ୍ପରର ହୋଇ ରହିବେ ବୋଲି କରିଥିଲେ ପ୍ରତିଜ୍ଞା । କିନ୍ତୁ ଯୁବତୀଜଣକ ଭୁଲିଗଲା ପୁରୁଣା କଥା। ପୁରୁଣା ପ୍ରେମକୁ ସାକାର କରିବାକୁ ନେଇଥିବା ଶପଥ ପାସୋରି ଅନ୍ୟ ପ୍ରେମରେ ନାଆରେ ଗୋଡ଼ ଦେଲା  ।
 ଏହା ଜାଣିବା ପରେ ପ୍ରତାପଙ୍କ ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଥିଲା। ନିଜ ପ୍ରେମକୁ ପୁଣି ଥରେ ଫେରି ପାଇବାକୁ ଗତକାଲି ରାତିରେ  ପ୍ରେମିକାକୁ ଭେଟିଥିଲା ପ୍ରତାପ  । ନିଜ

ପ୍ରେମକୁ ନୂଆ ଜୀବନ ଦେବାକୁ କରିଥିଲା ଶେଷ ଚେଷ୍ଟା । ହେଲେ ସବୁ ଚେଷ୍ଟା ଧୁଳିସାତ ହୋଇଗଲା। ନିଜ ଦୁଇ ବର୍ଷର ପ୍ରେମକୁ ପ୍ରତ୍ୟାଖ୍ୟାନ କରି ଅନ୍ୟ ଜଣଙ୍କ ନିକଟକୁ ଚାଲିଯିବ ବୋଲି ସ୍ପଷ୍ଟ ଭାବେ ଜଣାଇଦେଲା ପ୍ରେମିକା ।
 ନିଜ ଆଖି ସାମନାରେ ନିଜ ପ୍ରେମକୁ ମାଟିରେ ମିଶୁଥିବାର ଦେଖି ସହି ପାରିଲେନି ପ୍ରତାପ । ପ୍ରେମିକାର ପ୍ରତାରଣା ତାଙ୍କୁ ବହୁତ କଷ୍ଟ ଦେଲା। ଯାହାକୁ ନିଜଠୁ ଅଧିକ ଭଲ ପାଉଥିଲେ, ସେ ମୁହଁ ବୁଲାଇ ଚାଲିଯିବାକୁ ବରଦାସ୍ତ କରିପାରିଲେନି ପ୍ରତାପ ।  ଶେଷରେ ନିଜ ଘର ଭିତରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କଲା ପ୍ରେମିକ ପ୍ରତାପ । ଘର ଲୋକେ ଝୁଳନ୍ତା ଅବସ୍ଥାରେ ପୁଅକୁ ଦେଖି ତୁରନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନେଇଥିଲେ।  ହସ୍ପିଟାଲରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
 ପୁଇଁନ୍ତଲା ପୁଲିସ ଶବ ବ୍ୟବଚ୍ଛେଦ କରି ପୋଷ୍ଟମୋର୍ଟମ ପାଇଁ ପଠାଇ ଦେଇଛି  । କିନ୍ତୁ ଗତକାଲି ପ୍ରେମିକାକୁ ଶେଷ ଥର ପାଇଁ ଭେଟିଥିବା ପ୍ରେମିକ ପ୍ରତାପର ଶେଷ ଡାଇଲଗକୁ ନେଇ ସାଂଗ ମାନଙ୍କ ମହଳରେ ବେଶ ଚର୍ଚ୍ଚା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like