-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
24-Apr-2022
ବରଗଡ଼(ନିରଞ୍ଜନ ତ୍ରିପାଠୀ) : ଆସନ୍ତା ତା୨୯.୦୪.୨୦୨୨ରିଖ ଠାରୁ ତା ୦୧.୦୫.୨୦୨୨ରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ୨ୟ ପଦ୍ମପୁର ଲୋକ ମହୋତ୍ସବ ପାଇଁ ଗତକାଲି ଟାଉନ କ୍ଳବ ପଦ୍ମପୁର ଆନୁକୁଲ୍ୟରେ ସାମୁହିକ ଗଣଦୈାଡ ରେ ସହର ର ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜନସାଧାରଣ ସାମିଲ ହୋଇହୋଇଥିଲେ । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ପ୍ରଶାସନିକ ଅଧିକାରୀ ବିଭୁତି ଭୁଷଣ ଭୋଇ ବାଣିଜ୍ୟ ମେଳା କୁ ନଳ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଉଦଘାଟନ କରିଥିଲେ ।ମେଳା ଟି ଏପ୍ରିଲ୍ ୨୪ ରୁ ମେ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।ଏପ୍ରେଲ ୨୯/ ୩୦ ଏବଂ ମେ ୧ ତାରିଖ ଦିନ ପର୍ଯ୍ୟନ୍ତ ଦିର୍ଘ ୩ ଦିନ ଧରି ଲୋକ ମହୋତ୍ସବ ଅନୁଷ୍ଠିତ ହେବ ।ଏହି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ହାସ୍ୟ କବି ସମ୍ମିଳନୀ, ସେମିନାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ ।ଶେଷରେ ଆୟୋଜକ ମାନଙ୍କ ପକ୍ଷରୁ ଟାଉନ ହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।