-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲପଞ୍ଚାୟତ କଂସିଲ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ସୋମବାର ଠାରୁ ତିନିଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।ମେଳାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ,କର୍ଲାମୁଣ୍ଡା କ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା,ତହସିଲଦାର ବାସନ୍ତୀ ସେଠୀ, ବରିଷ୍ଠ ଖବରଦାତା କମ୍ବୁପାଣି ମିଶ୍ର ,ଆୟୋଜକ ଏନଜିଓ ର ରାଜ୍ୟ ସଂଯୋଜକ ବସନ୍ତ କୁମାର ପାଣିଗ୍ରାହୀ, ଅମର କୁମାର ଗଉଡ଼ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ।
ଏହି ଅବସରରେ ଅତିଥି ମାନେ ପାରମ୍ପରିକ ବିହନ ଓ ଖାଦ୍ୟର ସୁରକ୍ଷା ର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।ଏଥିରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓଡ଼ିଶାର ବରଗଡ଼,କୋରାପୁଟ, କନ୍ଧମାଳ, ବଲାଂଗୀର, ଓ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଅଞ୍ଚଳକୁ ଚାଷୀ ମାନେ ପ୍ରଥମ ଦିବସ ରେ ଯୋଗଦେଇ ଅନେକ କିସମର ଦେଶୀ ବିହନ ସହିତ ମେଳା ରେ ଅଂଶ ଗ୍ରହଣ କରିଥିଲେ।