-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
ଖପ୍ରାଖୋଲ (ବସନ୍ତ କୁମାର ମେହେର) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ସର୍ଗିପାଲି ଗ୍ରାମର ଆଜି ସକାଳ ସାତ ଟା ସମୟରେ ଏମ୍ ଡି ଏମ୍ ଟଙ୍କା ହେର ଫେର ଅଭିଯୋଗରେ ଗ୍ରାମବାସୀ ଓ ସ୍କୁଲ କମିଟି ଏକତ୍ରିତ ହୋଇ ସ୍କୁଲ ଗେଟରେ ତାଲା ପକାଇ ଥିଲେ,ସୂଚନା ଅନୁସାରେ ପୂର୍ବତନ ପ୍ରଧାନଶିକ୍ଷକ ସରୋଜ କାନ୍ତ ପାଣିଗ୍ରାହୀ କରୋନା ପ୍ରିୟଡ଼ ପିଲାମାନଙ୍କ ଉଦ୍ଦିଷ୍ଠ ଏମ୍ ଡି ଏମ୍ ପଇସାରୁ ୬୦ ରୁ ୭୦ ହଜାର ଟଙ୍କା ଆତ୍ମସାତ କରିଛନ୍ତି,ବିଦ୍ୟାଳୟର ଉଟେନ୍ସିଲ ବାବଦକୁ ୨୦ ହଜାର ଟଙ୍କା କିନ୍ତୁ କୌଣସି ଉଟେନ୍ସିଲ ଜିନିଷ କିଣାଯାଇ ନାହିଁ,କମ୍ପୋଜିଟ ଗ୍ରାଣ୍ଡର ଦୁଇବର୍ଷର ପଇସା ଦଶ ହଜାର ଟଙ୍କାର ହିସାବ ତାଙ୍କ ପାଖରେ ନାହିଁ,ଇକୋ କ୍ଳବ ର ଦଶ ହଜାର ଟଙ୍କା ଉଠାଇଛନ୍ତି, ତାଙ୍କ ପାଖରେ ହିସାବ ମଧ୍ୟ ଦେଉନାହାନ୍ତି,ବ୍ୟଙ୍କ ର ପାସବୂକ ମାଗିଲେ ହଜିଯାଇଛି ବୋଲି କହୁଛନ୍ତି,MDM ଟଙ୍କା ପେନୁଆଲି ବାଣ୍ଟିଛନ୍ତି ଏବଂ ଗୋଟେ ଖାତାରେ ଲେଖିଛନ୍ତି ବୋଲି କହୁଛନ୍ତି କିନ୍ତୁ ଖାତା ମାଗିଲେ ଖାତା ନାରାଜ ହେଉଛନ୍ତି, ଏ ବିଷୟରେ ବ୍ଲକ ଶିକ୍ଷାଅଧିକାରୀ ଙ୍କୁ ଜଣେଇ ଥିଲେ, ନୂତନ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ପ୍ରକାଶ ଚନ୍ଦ୍ର ମାଝୀ ପତ୍ର ମାଧ୍ୟମରେ ବ୍ଲକଶିକ୍ଷା ଅଧିକାରୀଙ୍କୁ ଜଣେଇ ଥିଲେ ମଧ୍ୟ କିଛି ସମାଧାନ ନ ହେବାରୁ, ସ୍କୁଲ ଶିକ୍ଷା କମିଟି ଗ୍ରାମବାସୀ ଅଭିଭାବକ ଆଜି ସ୍କୁଲରେ ସମସ୍ତେ ମିଶି ତାଲା ପଖାଇ ଥିବାରୁ ସ୍କୁଲ ବାହାରେ ଛାତ୍ରଛାତ୍ରୀ ମନେ ଖରାରେ ପାଠ ପଢ଼ୁଥିବାର ଦେଖିବାକୁ ମିଳିଥିଲା l