-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
ବଲାଙ୍ଗିର // ବୃତ୍ତି ରେ ଜଣେ ଡାକ୍ତର ହୋଇ ମଧ୍ଯ ନିଜ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଲୋକଙ୍କ ମଧ୍ୟରେ ଧାର୍ମିକ ଚେତନା ଜାଗ୍ରତ କରିପାରିଛନ୍ତି l ଆଜି ସମଗ୍ର ବଲାଙ୍ଗିର ଜିଲ୍ଲା ଏକ ଅନଗ୍ରସର, ପଛୁଆ ଜିଲ୍ଲା ଏବଂ ବିଶେଷତଃ ଏଠି କୌଣସି ଜନସମୂହଙ୍କ ଆନ୍ଦୋଳନ, ଗୋଷ୍ଠୀ ସ୍ୱର ଇତ୍ୟାଦିକୁ ଉତ୍କୃଷ୍ଟ ଗଠନମୂଳକ ତଥା ଉନ୍ନତିକରଣ ପାଇଁ ଲଢେଇ ପାଇଁ କର୍ଣ୍ଣପାତ କରାଯାଏ ନାହିଁ l ଉଚ୍ଚଶିକ୍ଷିତ ଲୋକଙ୍କ ଆବିର୍ଭାବ ହିଁ ଏଠି ବିକାଶ କରାଇ ପାରିବ l ମୁଷ୍ଟିମେୟ ଗୋଷ୍ଠୀ ଅପେକ୍ଷା ଶିକ୍ଷିତ ବ୍ୟକ୍ତି ସମୂହ କିଛି ସ୍ୱର ଉଠେଇବାରେ ଏହା ଜିଲ୍ଲାର ବିକାଶରେ ସହାୟକ ହୋଇ ପାରିବେ l ଏହାର ଏକ ଉଦାହରଣ ହେଲା, ରାମଲୀଳା ମଣ୍ଡପରେ ରାବଣରୂପୀ ଡାକ୍ତର ସଭିଙ୍କୁ ଆଶ୍ଚର୍ଯ୍ୟଚକିତ କରାଇ ଦେଇଛନ୍ତି l ଏଇ ସରକାରୀ ଡାକ୍ତର ଜଣକ ହେଉଛନ୍ତି ବଲାଙ୍ଗିର ସହରର ସମସ୍ତଙ୍କ ପରିଚିତ ସ୍ତ୍ରୀ ଓ ପ୍ରସୂତୀ ବିଦେଶ ଜ୍ଞ ଡ. ଆର୍. ଏନ୍ ପଟେଲ l ପଟେଲ ନର୍ସିଂ ହୋମ୍ ର ପ୍ରତିଷ୍ଠାତା ଶ୍ରୀ ପଟେଲ ବର୍ତମାନ ବଲାଙ୍ଗିର ସହର ଜଗନ୍ନାଥ ପଡାରେ ଆୟୋଯିତ ରାମଲୀଳା ଉତ୍ସବରେ ରାବଣ ଭୂମିକାରେ ଜୀବନ୍ତ ଅଭିନୟ କରି ଦେଖଣାହାରୀଙ୍କ ମନ ଜିଣିପାରିଛନ୍ତି l
ରାମାୟଣରେ ରାବଣ ଭିନ୍ନ ଏକ ବ୍ୟକ୍ତିତ୍ୱ ଥିଲେ କିଂତୁ ତାହାକୁ ଆମେ ଅନ୍ୟ ରୂପରେ ରୂପାନ୍ତରିତ କରିଛୁ... ସେ ମହା ପଣ୍ଡିତ, ବ୍ରlହ୍ମଣ ମୁଖ୍ୟ, ମହା ଯୋଦ୍ଧା, ଅପୂର୍ବ ଚିକିତ୍ସକ, ବିଶାରଦ ଓ l
ଅନ୍ୟ ପକ୍ଷ ରେ ନାରୀଙ୍କ ପ୍ରତି ରାବଣ ର ବିଶେଷ ସମ୍ମାନ, ଏହା ଆପଣ ମାନେ ବିକଳ୍ପ ରାମାୟଣ କଥା ପାଠ କଲେ ଅବଗତ ହୋଇ ପାରିବେ ଯେ ସୀତା ଙ୍କୁ ସେ କିଭଳି ତାଙ୍କ ଝିଅ ସମ୍ମାନେ ଆଦରିଥିଲେ ଓ ତାଙ୍କ ପ୍ରସୂତି ସମ୍ବନ୍ଧୀୟ ଚିକିତ୍ସା ପାଇଁ ଆସ୍ଵାରମ୍ଭ ଵୃକ୍ଷ ମୂଳେ ଆଶ୍ରିତ କରାଇ ଥିଲେ l ଏହା ଅନେକ ଏଭଳି ବିଭିନ୍ନ ପୁରାଣ ବର୍ଣ୍ଣିତ ଗ୍ରନ୍ଥ ଗୁଡିକୁ ଅସ୍ବୀକାର କରାଯାଇ ପାରିବ ନାହିଁ l ତେଣୁ ଆଜି ଡା. ପଟେଲଙ୍କ ସ୍ୱତଃ ପ୍ରସୂତି ମାଁ ମାନଙ୍କ ଚିକିତ୍ସା ଓ ଅବସର ସମୟରେ ତାଙ୍କ ଅଭିନୟକୁ ଆହୁରି ଜୀବନ୍ତ କରି ପାରିଛି ll
ପେଶାରେ ଜଣେ
ଡାକ୍ତର ଭାବେ ନିଷ୍ଠାର ସହିତ କାମ କରି ଆସିଥିବl ଶ୍ରୀ ପଟେଲ ଏଭଳି ଭବରେ ନିଜର ଅଭିନୟ ନିଶାକୁ ଲୋକଙ୍କ ସମ୍ମୁଖରେ ପ୍ରଦର୍ଶନ କରି ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି l
ଉପସ୍ଥାପନା : ସତ୍ୟ ମିଶ୍ର, ବଲାଙ୍ଗିର