-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ଥାନା ସଭାଗୃହ ଠାରେ ଆଜି ପୋଲିସ ଓ ଜନସାଧରଣଙ୍କ ସୁ ସମ୍ପର୍କକୁ ନେଇ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଥାନା ଅଧିକାରୀ ପବିତ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଅମ୍ୱରେଶ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁର୍ଘଟଣା ହ୍ରାସ ପାଇଁ ସବୁବେଳେ ସିଟ ବେଲଟ୍ ଓ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ।ସେହିପରି ଦୁର୍ଘଟଣାରେ ମୃତ ବରଣ କରୁଥିବା ଲୋକଙ୍କ ପାଇଁ ରାସ୍ତାରୋକ ଯେପରି ନହେବ ସେଦିଗରେ ସଚେତନତା ଅବଲମ୍ବନ କରିବା,ମୁଖ୍ୟରାସ୍ତା ହେଉ କି ଜନଗହଳି ପୁର୍ଣ୍ଣ ଛକ ମାନଙ୍କରେ ଥିବା ସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ, ଶିକ୍ଷାନୁଷ୍ଠାନ,ବେସରକାରୀ ସଂସ୍ଥା ଆଦି ସ୍ଥାନ ମାନଙ୍କରେ ପୋଲିସକୁ ସୂଚନା ଦେବା ପାଇଁ ନମ୍ୱର ଜାରି,ସିସି ଟିଭିର ବ୍ୟବସ୍ଥା ଆଦି ଉପରେ ଗୁରୁତ୍ତ୍ଵ ଦେବାକୁ କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ନିହାର ରଞ୍ଜନ କୁହଁର,ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ, ଏସଡିପିଓ ପୁଷ୍ପାଞ୍ଜଳି ମିଞ୍ଜ ଉପସ୍ଥିତ ଥିଲେ । ଏହି ଅବସରରେ ପେଟ୍ରୋଲିଙ୍ଗ ପାଇଁ ପିସିଆର ଭ୍ୟାନ ବ୍ୟବସ୍ଥା,ମଦୁଆ ଗାଡ଼ି ଚାଲକ ଙ୍କୁ ସାବଡ,କୁଚିଆମଦ ଭାଟି ଅନ୍ୟତ୍ର ସ୍ଥାନାନ୍ତର,କଲେଜ ଗେଟରେ ଟ୍ରାଫିକ ବ୍ୟବସ୍ଥା,ରାସ୍ତା ପାର୍ଶ୍ବରେ ଭିଡ ନିୟନ୍ତ୍ରଣ,ପେଟ୍ରୋଲିଙ୍ଗ କଡାକଡି ଆଦି ଉପରେ ପୋଲିସ ପ୍ରଶାସନ ଗୁରୁତ୍ତ୍ଵ ଦେବାକୁ ଆଲୋକ ହୋତା,ବିପିନ ବିହାରୀ ନାଏକ,ଦୀନବନ୍ଧୁ ମେହେର,ସୁଧାଂଶୁ ଦାଶ,ଅଶୋକ ନନ୍ଦ,ଶ୍ରୀନିବାସ ଖମାରୀ,ଅଶୋକ ପୃଷ୍ଟି,ରୁଦ୍ର ନାରାୟଣ ସାହୁ,ଦ୍ବାରିକାନାଥ ସାହୁ,ମାନସ ବେହେରା,ଭୀମସେନ ସାହୁ,ଶେଖର ଶର୍ମା,ତପସ୍ୱିନୀ ମେହେର,ବଶିଷ୍ଠ ଭରାଶାଗର,ପ୍ରମିଳା କଳତା,ସୋମନାଥ ମିଶ୍ର,ବିଜୟ ଭୋଇ,ବିକାଶ କର୍ଣ୍ଣ,ପ୍ରଦୀପ ବାଘ,ଧବଳେଶ୍ଵର ନାଗ ପ୍ରମୁଖ ଯୋଗଦେଇ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ ।ସେହିପରି ଥାନା ସମ୍ଭୁଖ ମୁଖ୍ୟରାସ୍ତା ପାର୍ଶ୍ବରେ ପୋଲିସ ପକ୍ଷରୁ ପଥିକଙ୍କ ତୃଷ୍ଣା ମେଣ୍ଟେଇବା ସକାଶେ ଜଲଛତ୍ରର ଶୁଭାରମ୍ଭ ହୋଇଥିଲା ।