-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
ସୁବର୍ଣ୍ଣପୁର - ସହରର ଢେରାପଡାଠାରେ ବସବାସ କରୁଥିବା ତେଲୁଗୁ ଦେୱ।ଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ନିର୍ମାଣାଧୀନ ଥିବା ବୁଢିମା ମନ୍ଦିର ର ରତ୍ନମୁଦ ଉତ୍ସବ ଆସନ୍ତା ୨୧ତାରିଖରେ ହେବାକୁଥିବା ହେତୁ ସେଥିପାଇଁ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ବୁଢିମା କ୍ଲବ ପରିସରରେ ଦିଲୀପ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ରତ୍ନମୁଦ ଉତ୍ସବ ପାଇଁ ଅନ୍ୟୁନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମକୁ ଦୃଷ୍ଟିରେ ରଖି ଉତ୍ସବ କୁ ଶୃଙ୍ଖଳିତ ଭାବରେ ପରିଚାଳନାକରିବା ପାଇଁ ବିଭିନ୍ନ କମିଟି ମାନ ଗଠନକରାଯାଇ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ହାତରେ ବିଭିନ୍ନ ଦାୟିତ୍ୱ ନ୍ୟସ୍ଥ କରାଯାଇଥିଲା। ଏଥିପାଇଁ ଆସନ୍ତା ୨୦ ତାରିଖରେ ସଂଧ୍ୟା ୫ ଘଣ୍ଟା ସମୟରେ ବନଯାଗ ରେ ବାହାରି ସୁବର୍ଣ୍ଣପୁର ର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଙ୍କ ରାସ୍ତା ପାର୍ଶ୍ୱସ୍ଥ ସାହାଡ଼ା ଗଛକୁ ବରଣକରି ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଇ ଢେରାପଡାସ୍ଥିତ ପୂଜା ମଣ୍ଡପ କୁ ଅଣାଯିବ। ୨୧ତାରିଖ ସକାଳ ଘ, ୬.୩୦ ରେ ପବିତ୍ର ମହାନଦୀ ରୁ କଳସ ଶୋଭାଯାତ୍ରା ବାହାରି ପୂଜାମଣ୍ଡପ ଠାରେ ପହଞ୍ଚିବା ପରେ ୭.୩୦ଘଣ୍ଟା ରେ ପୂଜାରମ୍ଭ କରାଯାଇ ୧୧ଘଣ୍ଟା ରେ ପୁଷ୍ପାଞ୍ଜଳି ଓ ଘଣ୍ଟା୧୧.୨୫ ରେ ରତ୍ନମୁଦ ଓ ପୂର୍ଣାହୂତି ଦିବା ୧୨ ଘଣ୍ଟାରୁ ସାମୁହିକ ପ୍ରସାଦ ସେବନ ଆଦି ଅନୁଷ୍ଠିତ ହେବ।ପ୍ରକାଶ ଯୋଗ୍ୟଯେ ଏହିମନ୍ଦିର ର ନିର୍ମାଣରେ ୫୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଥିବା ବେଳେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନିର୍ମାଣ ହେଉଥିବା ଏହି ମନ୍ଦିର ଟି ନୟାଗଡ଼ ଅଞ୍ଚଳର କାରିଗର ମାନଙ୍କ ଦ୍ୱାରା ନିର୍ମାଣ କାମ ଚାଲିଛି।ଏହି ରତ୍ନମୁଦ କାର୍ଯ୍ୟକ୍ରମର ଆଧ୍ୟାତ୍ମିକ ପୂଜା ଓ ହୋମ ଯଜ୍ଞାନୁଷ୍ଠାନର ଆଚାର୍ଯ୍ୟ ଭାବରେ ପଶ୍ଚିମ ଓଡିଶାର ବାଗ୍ମୀ ବିଦ୍ୱାନ ମେଘନାଦ ପାଣିଗ୍ରାହୀ ରହିଥିବା ବେଳେ କର୍ତ୍ତା ଭାବରେ ରାମଚନ୍ଦ୍ର ପାତ୍ର ସସ୍ତ୍ରୀକ ଦାୟିତ୍ୱ ରେ ରହିଛନ୍ତି। ଆଜିର ପ୍ରସ୍ତୁତି ବୈଠକରେ ରାମକୁମାର ପାତ୍ର,ବ୍ରଜ କିଶୋରପାତ୍ର,ଗୋପାଳପାତ୍ର, ଓଟଲ ନାରାୟଣ ପାତ୍ର,ଜନ୍ମେଜୟ ପାତ୍ର,ବି.ସତ୍ୟ ନାରାୟଣ ରାଓ,ଅକ୍ଷୟପାତ୍ର,ଆନନ୍ଦ ପାତ୍ର,ସନ୍ତୋଷ ପାତ୍ର, ପୁରୁଷୋତ୍ତମ ପାତ୍ର, ସୁରଜ ପାତ୍ର, ନନ୍ଦଲାଲ କମାଣୀ,ଗୁଣନିଧି ମେହେର,ଅଶୋକ ଭୂତ ,ଅରକ୍ଷିତ ପାତ୍ର, ଭବାନିଶଙ୍କର ପାତ୍ର ସୁଦର୍ଶନ ପାତ୍ର ଓ ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।