-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
17-Apr-2022
ଜଗତସିଂହପୁର (ଅମୃତ ନନ୍ଦ) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ କନିମୁଳ ବିଜେଡି କାର୍ଯ୍ୟାଳୟରେ ବ୍ଲକ ବିଜେଡି ଉପସଭାପତି ତଥା ପୂର୍ବତନ ଜ଼ିଲ୍ଲାପରିଷଦ ସନାତନ ଦଳାଇଙ୍କ ନେତୃତ୍ୱ ରେ ପ୍ରବାଦ ପୁରୁଷ ମହାଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଝଡର ଇଗଲ ବିଜୁ ବାବୁଙ୍କ ୨୪ ତମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ବିଜୁ ପ୍ରେମୀ ମାନେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ
କରିଥିଲେ । ଏହି ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ଗଙ୍ଗାଧର ସେଠି, ପ୍ରମୋଦ ସ୍ୱାଇଁ, ବାମଦେବ ସାହୁ, ଭାବଗ୍ରାହୀ ସାହୁ, କୈଳାସ ଚନ୍ଦ୍ର ସାହୁ, ବିଶ୍ୱନାଥ ପିତାମ୍ବର ସାହୁ, ସରୋଜ ସାମଲ, ବିକାଶ ପଣ୍ଡା, ସଚିନ ତରାଇ, ସଞ୍ଜୟ ବେହେରା, ପ୍ରଳୟ ସ୍ୱାଇଁ , ସିମାଞ୍ଚଳ ମଲ୍ଲିକ, ସୌମେନ୍ଦ୍ର ଦଳାଇ, ଅଖିଲ ଦାସ, ପ୍ରଶାନ୍ତ ସ୍ୱାଇଁ, ଦିଲୀପ ବେହେରା, ସନ୍ତୋଷ ମଲ୍ଲିକ, ପିତାମ୍ବର ସେଠି, ପ୍ରଶାନ୍ତ ସାମଲ, ବାଦଲ ମଲ୍ଲିକ, ଅମୟ ସାମଲଙ୍କ ସମେତ ପଂଚାୟତର ବିଜୁ ପ୍ରେମୀ ମାନେ ସାମିଲ ହୋଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫୋଟୋ ଚିତ୍ରରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।