-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
17-Apr-2022
ପୁଇଁତଳା, (ବିନୋଦ କୁମାର ଦୀପ) ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଲା ବ୍ଲକ ଅନ୍ତର୍ଗତ ସାଉଁତପୁର ଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ତିରୋଧାନ ଦିବସ ଅବସରରେ ଓଡିଶା ମୋ ପରିବାର ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ପୁଇଁତଲା ବ୍ଲକ ବିଜୁ ଜନତା ଦଳ ସଭାପତି ବିଷ୍ଣୁ ପଟେଲ, ଯୁବ
ସଭାପତି ସୁଧୀର ଅମାତ ଓ ସାଉଁତପୁର ସରପଞ୍ଚ ପ୍ରତିନିଧି ଯୁବରାଜ ପଟେଲ, ପିପିର୍ଡଲ ସରପଞ୍ଚ ପ୍ରତିନିଧି ଶୈଳେଶ ବାବୁ, ବନ୍ଧପଡା ସରପଞ୍ଚ ପ୍ରତିନିଧି ବିକାଶ ଦୋରା,ଅଙ୍କରିଆପଦର ସରପଞ୍ଚ ପିଙ୍କୁ ଖମାରି ଓ ପୁଇଁତଲା ବ୍ଲକ ବିଜୁ ଜନତା ଦଳର ଅନେକ କର୍ମକର୍ତ୍ତା ପ୍ରମୁଖ ଭାବରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ l ଏଥିରେ 41 ୟୁନିଟ ସଂଗ୍ରହ ହୋଇଥିଲା l ନରହରି ନାଏକ, ପବିତ୍ର ପଧାନ, ରବିଚନ୍ଦ୍ର ପଧାନ, କ୍ଷମାନିଧି ବେହେରା, ବାରୁ ରଣା,ଦୁର୍ଗା ଚରଣ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ l